ଭୁବନେଶ୍ବର, ୨୯/୫ : ଲକ୍ଷପତି ଦିଦିକୁ ନେଇ ବିଜେଡିର ପ୍ରଶ୍ନବାଣ। ମିଛ କହିବାରେ ବିଜେପି ପାର୍ଟି ଓ ବିଜେପି ସରକାର ଅଭ୍ୟସ୍ତ। ବିଜେପି ସରକାର ଆସିବା ଦିନୁ, ମିଥ୍ୟା, ଅସତ୍ୟ ଓ ଅର୍ଦ୍ଧ ସତ୍ୟ ଉପରେ ଚାଲିଛି। ମିଥ୍ୟା କହି ୫ ବର୍ଷ ପାରି ହେବାକୁ ଚାଁହୁଛି ବିଜେପି। ବିଜେଡି ସରକାର ଯାହା କରିଛନ୍ତି ସେଥିରେ ପାରି ହେବାକୁ ବିଜେପି ଚେଷ୍ଟା କରୁଛି। ବିଜେପି ସରକାର ମହିଳା ସଶକ୍ତିକରଣରେ ଓଡିଶା ଦେଶରେ ଏକ ନମ୍ବର ବୋଲି ମିଛ କହି ମହିଳାଙ୍କୁ ଠକୁଛନ୍ତି। ବିଜେଡି ପ୍ରଶ୍ନ କିଏ ଲକ୍ଷପତି ଦିଦି..? କେଉଁ ଆଧାରରେ ଆପଣ କାହାକୁ ଲକ୍ଷପତି ଦିଦି ବୋଲି କହୁଛନ୍ତି। କିଏ ଲକ୍ଷପତି ଦିଦି ହୋଇପାରିବେ ସେ ନେଇ ସ୍ପଷ୍ଟତା ନାହିଁ।
ଆପଣଙ୍କ ପାଖରେ କୌଣସି ଗାଇଡଲାଇନ ନାହିଁ କିମ୍ବା କାଲକୁଲେଟର ନାହିଁ। ବିଜେପି କେବଳ କାହାଣୀ ଶୁଣାଉଛି ଲକ୍ଷପତି ଦିଦି ଉପରେ। କେଉଁ ବେସିସରେ ଏମାନେ ଲକ୍ଷପତି ଦିଦି..? ସୁଭଦ୍ରା ଯୋଜନାରେ ସମିଲ ହୋଇଥିବା ମହିଳାମାନଙ୍କୁ ଯଦି ଲକ୍ଷପତି ଦିଦି ବୋଲି ୧୬ଲକ୍ଷ ମହିଳାଙ୍କୁ କହୁଛନ୍ତି ତା’ହେଲେ ସେମାନଂକୁ ତ ୫୦ହଜାର ଟଙ୍କା ଆସିବ ତା’ହେଲେ ସେମାନେ ଲକ୍ଷପତି ହେଲେ କେମିତି। ଏମାନେ କେଉଁଠୁ ବାହାରି ସିଧା ଲକ୍ଷପତି ହୋଇଗଲେଣି। ଭାରତ ସରକାରଙ୍କ ଗାଇଡଲାଇନ ଆସିଛି ଯେ ଓଡିଶାରେ ୧୬ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ, ହେଲେ କେଉଁ ବେସିସରେ କରାଯିବ କେମିତି ହେବ ତାହା ସ୍ପଷ୍ଟ କରନ୍ତୁ।
ଏମିତି କହିଦେଲେ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ। ଯଦି ଓଡିଶାର ମହିଳା ଲକ୍ଷପତି ଦିଦି ତେବେ ସେମାନଙ୍କ ରୋଜଗାର ଏକ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ମାସକୁ ୧୧ହଜାର ଟଙ୍କା ହେଉଛି। ତା’ହେଲେ ଏମାନେ ଲକ୍ଷପତି ଦିଦି ହେଲେ କେମିତି..? ବିଜେପି ସରକାର ଓଡିଶା ମଡେଲକୁ ଅନ୍ୟମାନଙ୍କୁ ଦେଖାଉଛନ୍ତି ଏହା ମୋହନ ମଡେଲ ନୁହେଁ ବରଂ ଏହା ନବୀନ ମଡେଲ। ଆପଣ ଏହାକୁ ମାନିବାକୁ ନାରାଜ କାରଣ ବହୁତ ଡର ଅଛି ଆପଣଙ୍କର। ମହିଳା ମାନଙ୍କ ପାଇଁ ନବୀନ ବାବୁ ୨୩-୨୪ ମସିହାରେ ଯେଉଁ ବଜେଟ ଆଣିଥିଲେ ତାକୁ ମୋହନ ସରକାର ଆସୁ ଆସୁ ୫୦% କମାଇଦେଲେ। ଏହା ପ୍ରତାରଣା ମହିଳାଙ୍କ ପ୍ରତି। ଯଦି ବଜେଟ କମେଇଲେ ତା’ହେଲେ ଆପଣ ଲକ୍ଷପତି ହେଉଛନ୍ତି। ଓଡିଶାରେ ୨କୋଟି ୧୫ଲକ୍ଷ ମହିଳା ଅଛନ୍ତି ହେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ ଆମେ ୩କୋଟି ଲକ୍ଷପତି ଦିଦି ତିଆରି କରିବୁ। ଏହା ସମ୍ଭବ କିପରି..? ଏହାର ସ୍ପଷ୍ଟତା ବିଜେପି ସରକାର ଦେବା ଦରକାର।