ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ

Published By : Ankita S | May 30, 2025 7:39 AM

ଭୁବନେଶ୍ୱର,୩୦/୦୫: ଆଉ ନାହାନ୍ତି ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ । କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ପରଲୋକ ହୋଇଛି । ୭୬ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କମାକ୍ଷାନଗର ନିର୍ବାଚନମଣ୍ଡଳୀରୁ ୩ ଥର ବିଧାୟକ ଥିଲେ । ୨ ଥର ବିଜେପି ଓ ଥରେ ବିଜେଡ଼ିରୁ ନିର୍ବାଚିତ ହୋଇଥିଲେ ।୧୯୭୭ରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟିରୁ ନିର୍ବାଚିତ ହୋଇଥିଲେ । ତାଙ୍କୁ ୨୮ ବର୍ଷ ବୟସ ହୋଇଥିଲା । ରାଜ୍ୟର ପ୍ରଥମ ବିଜେପି ବିଧାୟକ ଥିଲେ ପ୍ରସନ୍ନ ପଟ୍ଟନାୟକ । ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଲୋକପ୍ରିୟ ହୋଇଥିଲେ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।

ମଲ୍ଟି ଅର୍ଗାନ ଫେଲ କାରଣରୁ ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରରେ ଏକ  ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି (ଗୁରୁବାର) ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇଥିଲା । ଆଜି (ଶୁକ୍ରବାର) ଭୋରୁ ତାଙ୍କର ଦେହାନ୍ତ ହୋଇଛି । ୧୯୪୮ ଜୁନ୍‌ ୧ ଢେଙ୍କାନାଳ ଜିଲ୍ଲା ଭୁବନରେ ଜନ୍ମଗ୍ରହଣ କରିଥିଲେ ପ୍ରସନ୍ନ । ମୋଟ ୩ ଥର କାମାକ୍ଷାନଗରରୁ ସେ ବିଧାୟକ ହୋଇଥିଲେ । ରାଜ୍ୟରେ ବିଜେପିର ମୂଳଦୁଆ ପକାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ସର୍ବକନିଷ୍ଠ ସଦସ୍ୟ ଭାବେ ବିଧାନସଭାକୁ ନିର୍ବାଚିତ ହେବାର ରେକର୍ଡ କରିଥିଲେ।

ଛାତ୍ରନେତା ଭାବେ ୧୯୬୪ ମସିହାରେ ଐତିହାସିକ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏହାପରେ ସେ ସ୍ୱଗର୍ତ ଆର.ଏନ୍‌ ସିହଂଦେଓଙ୍କ ସ୍ୱତନ୍ତ୍ର ପାର୍ଟିରେ ଯୋଗ ଦେଇଥିଲେ । ଢେଙ୍କାନାଳ ଜିଲ୍ଲା ଯୁବ ସ୍ୱତନ୍ତ୍ର ପାର୍ଟିର ସଭାପତି ହୋଇଥିଲେ । ୧୯୭୭ରେ ପ୍ରଥମ ଥର ପ୍ରସନ୍ନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରୁ ବିଜୟୀ ହୋଇଥିଲେ । ୧୯୯୦ରେ ପୁଣି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଶେଷ ଥର ପାଇଁ ୨୦୧୪ରେ ବିଜେପି ଦଳକୁ ଟିକେଟ୍‌ ପାଇଥିଲେ ହେଲେ ହାରି ଯାଇଥିଲେ । ଜଣେ ରାଜନେତା ଓ ସାମାଜିକ କର୍ମୀ ଭାବେ ସେ ଜନତାଙ୍କ ହୃଦୟରେ ଘର କରିଥିଲେ । ଦୁଇ ଦିନ ପରେ ଜନ୍ମଦିନ ପାଳନ କରିଥାନ୍ତେ ହେଲେ ଆଖି ବୁଜିଛନ୍ତି ପ୍ରସନ୍ନ ପଟ୍ଟନାୟକ । ଜଣେ ଦୃଢ଼ ସଂଗଠକ ଥିଲେ ପ୍ରସନ୍ନ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ଅନେକ ଲୋକ କଲ୍ୟାଣ କାର୍ଯ୍ୟ କରିଛନ୍ତି ଯାହା ତାଙ୍କୁ ସବୁଦିନେ ମନେ ରଖିବ ବୋଲି ଅଞ୍ଚଳବାସୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.