ପ୍ରମୂଖ ଖବର
  • ବଲିଉଡ଼ରୁ ଆସିଲା ଦୁଃଖତ ଖବର; ଆଉ ନାହାନ୍ତି ସଲମାନ ଖାନ୍‌ଙ୍କ କୋ-ଷ୍ଟାର ମୁକୁଲ ଦେବ
  • ||
  • କଳାହାଣ୍ଡି : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ସଅଳ ଓଡ଼ିଶା ଅଗ୍ରସର ପାଇଁ ଫିଟୁଛି ବାଟ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ, ୪ ଶିକାରୀ ଅଟକ

Published By : Harapriya Sethi | May 24, 2025 7:15 AM

ଢେଙ୍କାନାଳ/ହିନ୍ଦୋଳ,୨୪/୦୫: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ୍ ରାଜମୋହନପୁର ଗାଁ ତାଣ୍ଡିଚିରା ନିକଟରେ ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଅଭିଯୋଗ । ମୃତ ଫରେଷ୍ଟ ଗାର୍ଡ ହେଲେ ପ୍ରହଲ୍ଲାଦ ପ୍ରଧାନ (ମାନସ)। କାମାକ୍ଷାନଗର ଥାନା ଜିରିଡାମାଳି ଗାଁରେ ମାନସଙ୍କ ଘର । ତାଙ୍କୁ ବନ୍ୟଜନ୍ତୁ ଶିକାରୀମାନେ ଗୁଳି କରି ହତ୍ୟା କରିଥିବା ବନ ବିଭାଗ ସୂଚନା ଦେଇଛି । ଏହି ଘଟଣାରେ ୪ ଶିକାରୀଙ୍କୁ ବନ ବିଭାଗ ଅଟକ ରଖି ତଦନ୍ତ ଚଳାଇଛି। 

ସୂଚନା ମୁତାବକ, ହିନ୍ଦୋଳ ଫରେଷ୍ଟ ସେକ୍ସନରେ ଫରେଷ୍ଟ ଗାର୍ଡ ଭାବେ ମାନସ କାର୍ଯ୍ୟ କରୁଥିଲେ। ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ରାଜମୋହନପୁର ତାଣ୍ଡିଚିରା ଜଙ୍ଗଲକୁ ପାଟ୍ରୋଲିଂ ପାଇଁ ଯାଇଥିଲେ। ଏହି ସମୟରେ ଶିକାରୀମାନେ ମାନସଙ୍କୁ ଟାର୍ଗେଟ୍ କରି ଗୁଳି ମାଡ଼ କରିଥିଲେ । ତାଙ୍କ ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ। ସାଥି କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ  । ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଅନୁଗୁଳ ମେଡିକାଲ ଓ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ଚଳାଇଛନ୍ତି। ଏହି ଘଟଣାରେ ୪ଜଣଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.