ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ବଦାନ୍ୟତା ଦେଖାଇଲେ ଗଣମାଧ୍ୟମ ପ୍ରତିନିଧି; ବର୍ଷେ ପରେ ମାନସିକ ବିକାରଗ୍ରସ୍ତ ପୁଅକୁ ଫେରିପାଇଲା ପରିବାର

Published By : Bijay Swain | May 26, 2025 6:40 PM

କୋକସରା,୨୬/୦୫: ଦିର୍ଘ ୧ ବର୍ଷ ପରେ ନିଜର ହଜିଥିବା ଭାଇକୁ ଫେରି ପାଇଛି ଭଉଣୀ ଓ ପରିବାର ଲୋକେ। ଗତ ୨୦୨୪ ଏପ୍ରିଲ ୨୮ ତାରିଖରୁ ଢେଙ୍କାନାଳ ଜିଲ୍ଲା ଫରଜଙ୍ଗ ବ୍ଲକ କନ୍ଦସିଆ ଗ୍ରାମର ସ୍ବର୍ଗତ ଲକ୍ଷ୍ମଣ ସାହୁଙ୍କ ମାନସିକ ବିକାର ଗ୍ରସ୍ତ ପୁଅ ମାତୃ ପ୍ରସାଦ ଘରୁ ବାହାରି ନିଖୋଜ ଥିଲେ। ଏନେଇ ପରିବାର ଲୋକେ ସ୍ଥାନୀୟ ପରଜଙ୍ଗ ଥାନାରେ ନିଖୋଜ ମାମଲା ମଧ୍ୟ ରୁଜୁ କରିଥିଲେ। ତେବେ ଦିର୍ଘ ମାସ ପରେ ମଧ୍ୟ ମାତୃ ପ୍ରସାଦର କୌଣସି ଖୋଜଖବର ମିଳିନଥିଲା। 

ସୂଚନା ମୁତାବକ, ଗତ ୨ ଦିନ ତଳେ କୋକସରା ବ୍ଲକର ଜଣେ ଗଣମାଧ୍ୟମ ପ୍ରତିନିଧି ହିରଣ୍ୟ ବେହେରା ଖବର ସଂଗ୍ରହ ପାଇଁ ଯାଉଥିବା ସମୟରେ ଡ଼ହଗାଁ ପଞ୍ଚାୟତ ନୂଆଗୁଡା ରାସ୍ତା ରେ ଜଣେ ମାନସିକ ବିକାର ଥିବା ଯୁବକଙ୍କୁ ଦେଖି ତାଙ୍କୁ ପଚାରି ଭିଡିଓ ଉତ୍ତୋଳନ କରି ତାଙ୍କ ପରିଚୟ ସହ ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ କରିଥିଲେ। ତେବେ ସଂଯୋଗ ବଶତଃ ସୋସିଆଲ ମିଡିଆରୁ ଏହି ପୋଷ୍ଟ ଦେଖି ପରିବାର ଲୋକେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯୋଗାଯୋଗ କରିଥିଲେ। 

ଏନେଇ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ବେହେରା କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଯୁବକ ବିଷୟରେ କହିବା ପରେ ବ୍ଲକ ଉପାଧ୍ୟକ୍ଷ ଯୁବକଙ୍କୁ ତାଙ୍କ ଘରେ ରଖି ସେବା ଶୁଶ୍ରୁଷା କରି ବ୍ଲକ ପ୍ରଶାସନ ସହିତ ଯୁବକର ଚିକିତ୍ସା ଓ ଥଇଥାନ ବ୍ୟବସ୍ଥା ପାଇଁ ଯୋଗାଯୋଗ କରିଥିଲେ। ତେବେ ସୋସିଆଲ ମିଡିଆରେ ଖବର ଦେଖି ସୋମବାର ମାତୃ ପ୍ରସାଦଙ୍କ ପରିବାରରୁ ଭଉଣୀ ନିରୂପମା ସାହୁ, ସମ୍ପର୍କୀୟ ଭାଇ ଚିନ୍ମୟ ବିଶ୍ୱାଳ, ସୁଧୀର ବିଶ୍ୱାଳ, ଅବିନାଶ ସାହୁ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ଲଡୁଗାଁ ସ୍ଥିତ ବାସଭବନରେ ପହଞ୍ଚିଥିଲେ। ବର୍ଷେ ପରେ ହଜିଥିବା ଭାଇକୁ ପାଇ ଭଉଣୀ କୋହରେ ଆତ୍ମହରା ହୋଇ ପଡିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଓ ବ୍ଲକ ଉପାଧ୍ୟକ୍ଷଙ୍କୁ ଅନେକ କୃତଜ୍ଞତା ଜଣାଇଥିଲେ। ପରେ ବ୍ଲକ ଉପାଧ୍ୟକ୍ଷ, ଗଣମାଧ୍ୟମ ପ୍ରତିନିଧି ମାତୃ ପ୍ରସାଦକୁ ତାଙ୍କ ଭଉଣୀ ଓ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.