ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ପ୍ରଦୀପ ବହିଦାର ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ; ପ୍ରଥମ ମ୍ୟାଚରେ ଚଣାଳୀମାକୁ ହରାଇ ଜଗନ୍ନାଥପୁର ବିଜୟୀ

Published By : Bijay Swain | May 27, 2025 8:05 PM

ଲାଞ୍ଜିଗଡ,୨୭/୫(ଆପ୍ର): ଲାଞ୍ଜିଗଡ ବ୍ଳକ ଛତ୍ରପୁର ପଞ୍ଚାୟତ ମୋହନଗୁଡା ଖେଳ ପଡିଆ ଠାରେ ପ୍ରଦୀପ କୁମାର ବହିଦାର ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍  ପ୍ରତିଯୋଗିତା ଉଦଘାଟିତ  ହୋଇଯାଇଛି। ସୁପୁତ୍ର ଭୈରବ ବହିଦାରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରଦୀପ କୁମାର ବହିଦାର ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍  ପ୍ରତିଯୋଗିତାର ଆଜିର ଉଦଘାଟନି ମ୍ୟାଚ୍ ଜଗନ୍ନାଥପୁର ଓ ଚଣାଳୀମା ମଧ୍ୟରେ ହୋଇଥିଲା। ଏହି ପ୍ରଥମ ମ୍ୟାଚରେ ଜଗନ୍ନାଥପୁର ପ୍ରଥମେ ବ୍ୟାଟିଂ କରି ୧୨ ଓଭର ୯ ଉଇକେଟ ବିନିମୟରେ ୬୫  ରନ୍ ସଂଗ୍ରହ କରିଥିବାବେଳେ ଜବାବରେ ଚଣାଳୀମା ଦଳ ୧୨ ଓଭର ୮ ଉଇକେଟ ବିନିମୟରେ ୫୧ ରନ୍ କରି ପରାଜୟ ହୋଇଥିଲେ। ଜଗନ୍ନାଥପୁର ୧୪ ରନରେ ବିଜୟ ହୋଇଥିଲେ। 

ମଙ୍ଗଳବାର ହୋଇଥିବା ମ୍ୟାଚରେ ଶରତ ମାଝୀ ଓ ପ୍ରଫୁଲ୍ଲ ମାଝୀ ଖେଳ ପରିଚାଳନା କରିଥିବାବେଳେ ରାଜେଶ ବିଭାର ଧାରାବିବରଣୀ ଓ ସ୍କୋର ବୋର୍ଡରେ ସନ୍ତୋଷ ସାହୁ ସହଯୋଗ କରିଥିଲେ। ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଛତ୍ରପୁର ସରପଞ୍ଚ ସୁଷମା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ୨୮ଟି କ୍ରିକେଟ୍ ଦଳ ଅଂଶ ଗ୍ରହଣ କରି ଥିବା ବେଳେ ଆସନ୍ତା ଜୁନ ୧୦ ତାରିଖରେ ଏହାର ଫାଇନାଲ ମ୍ୟାଚ ଖେଳା ଯିବ ବୋଲି କ୍ରିକେଟ କମିଟି ପକ୍ଷରୁ ସୂଚନା ମିଳିଛି। ଏହି ପ୍ରତିଯୋଗିତାକୁ ମସ୍କାପଦର କ୍ରିକେଟ କମିଟି ପରିଚାଳନା କରିଥିବାବେଳେ ଏଥିରେ ମାଧବ ମାଝୀ, ଗୌରାଙ୍ଗ ମାଝୀ, ନବୀନ ମାଝୀ,ଈଶ୍ୱର ମାଝୀ, ପଙ୍କଜ ହରିଜନ ସମେତ କ୍ରିକେଟ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.