ପ୍ରମୂଖ ଖବର
  • ବରଗଡ : ବଜ୍ରପାତରେ ଚାଲିଗଲା୨ ମହିଳାଙ୍କ ଜୀବନ
  • ||
  • ଢେଙ୍କାନାଳ : ମଶାଣିରୁ ଝୁଲନ୍ତା ମୃତଦେହ ଠାବ, ପରିଚୟ ଅସ୍ପଷ୍ଟ
  • ||
  • ରାଉରକେଲା : ବିସ୍ଫୋରକ ଲୁଟି ସରଣ୍ଡା ଜଙ୍ଗଲକୁ ନେଇଛନ୍ତି ମାଓବାଦୀ, ପ୍ରାଥମିକ ତଦନ୍ତରୁ ଖୁଲାସା
  • ||
  • ଝାରସୁଗୁଡ଼ା : ସ୍କୁଟିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ
  • ||
  • କେନ୍ଦୁଝର : ସାପ କାମୁଡାରେ ଯୁବକ ମୃତ
  • ||
  • ପୁରୀ: ନିଶାସକ୍ତ ପୁଅର ନୃଶଂସ କାଣ୍ଡ, ଗାଁ ଦାଣ୍ଡରେ ମା'କୁ କୋଦାଳରେ ହାଣି ମାରିଲା ପୁଅ
  • ||
  • ଗଜପତି: ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାକୁ ଆସି ଯୁବକ ମୃତ
  • ||
  • ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫: ଆଜି ଏକାଠି ହେବେ ୨୫ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷପତି ଦିଦି
  • ||
  • IPL 2025: ଆଜି ପଞ୍ଜାବ- ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର, ଜିତିଲେ ଫାଇନାଲ ଟିକେଟ୍
  • ||
  • ଗଞ୍ଜାମ : ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌, ୨୦ ଆହତ
  • ||
  • ଓଡ଼ିଶାରେ ମୌସୁମୀ ବାୟୁ: ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ରୂପ ସିଂ ମାଝୀ ନିଖୋଜ ଘଟଣା: ମୁଣ୍ଡ ବିହୀନ ଗଣ୍ଡି ଉଦ୍ଧାର, ଜଣେ ଗିରଫ

Published By : Harapriya Sethi | May 28, 2025 3:04 PM

ଭବାନୀପାଟଣା,୨୮।୫: କଳାହାଣ୍ଡି ଜିଲ୍ଲା କଳମପୁର ଥାନା ଦେପୁର ଗାଁର ରୂପ ସିଂ ମାଝୀ ନିଖୋଜ ଘଟଣାର ଆଜି ପର୍ଦ୍ଦାଫାଶ ହୋଇଛି। ଘଟଣାର ୧୧ଦିନ ପରେ କଳମପୁର ପୁଲିସକୁ ମିଳିଛି ମୁଣ୍ଡ ବିହୀନ ଗଣ୍ଡି । ତେବେ ଗୁଣି ଗାରେଡିକୁ ନେଇ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ଲିଙ୍ଗ ମାଝୀ । ବୁଧବାର ହତ୍ୟାକାରୀକୁ ଆଣି ସିନ୍‌ ରିକ୍ରିଏସନ୍‌ କରିଛି ପୁଲିସ।

ସୂଚନା ମୁତାବକ, କଳମପୁର ଥାନା ଦେପୁର ଗାଁର ରୂପ ସିଂ ମାଝୀ ଗତ ୨୦ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଥିଲେ । ଏନେଇ ପରିବାର ପକ୍ଷରୁ କଳମପୁର ଥାନାରେ ଏତଲା ଦିଆଯାଇଥିଲା । ଏତଲା ଆଧାରରେ ପୁଲିସ ବହୁ ଖୋଜା ଖୋଜି କରିଥିଲା । ହେଲେ ରୂପ ସିଂ ମାଝୀଙ୍କ କୌଣସି ପତ୍ତା ମିଳି ନଥିଲା । ଏହାକୁ ନେଇ ପରିବାର ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦେବା ସହିତ ସନ୍ଦେହ କରି ୩ ଜଣ ଯୁବକ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ତଦନ୍ତ କ୍ରମେ ଜଣେ ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରି ପଚରାଉଚରା କରିଥିଲା । ଗିରଫ ହୋଇଥିବା ଯୁବକ ସେହି ଗାଁର ଲିଙ୍ଗ ମାଝୀ ବୃଦ୍ଧ ରୂପ ସିଂ ମାଝୀଙ୍କୁ ଗୁଣି ଗାରେଡିକୁ ନେଇ ନିଜେ ହତ୍ୟା କରିଥିବା ସ୍ୱୀକାର କରିଥିଲା । 

ତେବେ ବୁଧବାର ହତ୍ୟାକାରୀକୁ ଆଣି ସିନ୍‌ ରିକ୍ରିଏସନ୍ କରିଛି ପୁଲିସ । ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ମାରି ପୋଖରୀରେ ମୃତଦେହକୁ ଲୁଚାଇ ଥିବା ଜଣା ପଡିବା ପରେ କଳାହାଣ୍ଡି ପୁଲିସ ସମେତ ବଲାଙ୍ଗୀର ଓଡ୍ରାଫ ଟିମ୍‌ର ସାହାଯ୍ୟରେ ପୋଖରୀ ଭିତରୁ ବୃଦ୍ଧଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ ହୋଇଛି । ବର୍ତ୍ତମାନ ବୃଦ୍ଧଙ୍କ ମୁଣ୍ଡକୁ ଖୋଜା ଚାଲିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.