ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ, ଉପ ବିଧି ପ୍ରକାରେ ନୂତନ ଗ୍ରାମ୍ୟ କମିଟି ଗଠନ

Published By : Rasmita Pradhan | May 26, 2025 12:34 PM

କେସିଙ୍ଗା,୨୬/୫ : କଳାହାଣ୍ଡି ଜିଲ୍ଲା ଯୋରାଡବରା ଅଧିନରେ ଥିବା କେସିଙ୍ଗା, କର୍ଲାମୁଣ୍ଡା, ମ.ରାମପୁର ଓ ନର୍ଲା ବ୍ଲକ ଅଞ୍ଚଳର ସମସ୍ତ ଗ୍ରାମରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ନୂତନ ଗ୍ରାମ୍ୟ କମିଟି ଗୁଡ଼ିକ ଗଠନ ପ୍ରକ୍ରିୟା ଜାରି ରହିଛି । ସମାଜର ଉପ ବିଧି ପ୍ରକାରେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ଉପସ୍ଥିତିରେ ନୂତନ ଗ୍ରାମ୍ୟ କମିଟି ଗଠନ ପ୍ରକ୍ରିୟା କରାଯାଉଛି। ଏହା ପୂର୍ବରୁ ପ୍ରଥମେ ସମାଜ ସଂସ୍କାର ସମ୍ପର୍କିତ ଆଲୋଚନା କରାଯାଇ ସମାଜର ନୀତି ନିୟମ ଗୁଡ଼ିକ କିପରି କଡ଼ାକଡ଼ି ଭାବେ ପାଳନ ହୋଇପାରିବ ସେ ଉପରେ ନିର୍ଦ୍ଧାରଣ କରାଯାଉଥିବା ନେଇ ଜଣାପଡ଼ିଛି ।‌ ଗ୍ରାମ୍ୟ କମିଟି ଗଠନରେ ସମାଜ ପାଇଁ କାମ କରିବାକୁ ଆଗ୍ରହୀ ଯୁବକ ଓ ମହିଳାମାନଙ୍କୁ ସାମିଲ୍ କରିବା ଉପରେ ଗୁରୁତ୍ୱ ଦିଆଯାଇ ୫ଜଣ ଲେଖାଏଁ ମହିଳା ଓ ଯୁବକଙ୍କୁ ଗ୍ରାମ୍ୟ କମିଟିରେ ନିଆଯାଇଛି। ସେହିପରି ସମୟ ଦେଇପାରୁଥିବା ଉପଯୁକ୍ତ ସମାଜସେବୀଙ୍କୁ ଗ୍ରାମ୍ୟ କମିଟିର ସୁପାରିଶରେ ସମାଜର ବିଭିନ୍ନ ଉଚ୍ଚସ୍ତରୀୟ କମିଟି ସଭ୍ୟ ଭାବେ ରଖିବା ପାଇଁ ଜିଲ୍ଲା କମିଟିକୁ ପଠାଯାଇଛି।

ପ୍ରକାଶ ଯେ, କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଓ ବଗାଡ଼ ମଣ୍ଡଳର ପ୍ରାୟ ଅଧିକାଂଶ ଗ୍ରାମରେ ସମାଜର ନୀତି ନିୟମ ଅନୁସାରେ ନୂତନ ଗ୍ରାମ୍ୟ କମିଟି ଗଠନ ହୋଇଥିବା ଜଣାପଡ଼ିଛି। କୁର୍ଲୁପଡ଼ା ଓ ନୂଆପଡ଼ା ନୂତନ ଗ୍ରାମ୍ୟ କମିଟି ଗଠନ ବୈଠକରେ ଜିଲ୍ଲା ସଭାପତି ନୀଳମଣି ସାହୁ ଓ ସମ୍ପାଦକ ନବୀନ କିଶୋର ସାହୁ, ସମାଜର ମାନ୍ୟଗଣ୍ୟ ମୁରଲୀଧର ସାହୁ, ହିରାମଣୀ ସାହୁ, ପବିତ୍ର ସାହୁଙ୍କ ସମେତ ବାଲସି ମଣ୍ଡଲର ମନୋହର ସାହୁ, ଫକିର ସାହୁ, ବିରଞ୍ଚି ସାହୁ, ଅଶ୍ବିନୀ ସାହୁ, କିଶନ ସାହୁ, ବଗାଡ ମଣ୍ଡଳର ସୁଲପାଣି ସାହୁ, ଯୁବରାଜ ସାହୁ, ଗଣମାଧ୍ୟମ ପ୍ରତିନିଧି ଶିବପ୍ରସାଦ ସାହୁ, ନର୍ଲା ବ୍ଲକ ରୁପ୍ରା ମଣ୍ଡଳର ହୃଷୀକେଶ ସାହୁ, ମୁରଲୀଧର ସାହୁ ପ୍ରମୁଖଙ୍କ ସମେତ ସମାଜର ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.