ଢେଙ୍କାନାଳ,୨୩/୫: ଢେଙ୍କାନାଳ ସଦର ଥାନା ଗଦାଶିଳା ସରପଞ୍ଚ ପ୍ରତାପ କୁମାର ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ପଞ୍ଚାୟତ ପୋଖରୀ ନିଲାମ ବିବାଦରୁ ପଞ୍ଚାୟତର ଚାଇଁପୁର ଗାଁର କିଛି ଯୁବକ ଶୁକ୍ରବାର ସନ୍ଧ୍ୟାରେ ସାଇଁବିର ଗାଁର ସରପଞ୍ଚଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ପଞ୍ଚାୟତରେ ଥିବା କିଛି ପୋଖରୀ ଗୁଡିକର ନିକଟରେ ନିଲାମ ଶେଷ ହୋଇଛି। ପୋଖରୀ ନିଲାମକୁ କେନ୍ଦ୍ରକରି ବିବାଦ ରହିଥିଲା। ତେବେ ଆଜି ଚାଇଁପୁର ଗ୍ରାମର ୪ଜଣ ଯୁବକ ଆଜି ହଠାତ୍ ସରପଞ୍ଚଙ୍କ ଘରେ ପହଞ୍ଚି ଗାଳିଗୁଲଜ କରିବା ସହ ତାଙ୍କ ଘରେ ପଶି ଲୁହା ପାଇପରେ ଆକ୍ରମଣ କରିଥିଲେ। ଯାହାକୁ ନେଇ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ସରପଞ୍ଚଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ପୁଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।