ପ୍ରମୂଖ ଖବର
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ବ୍ରଜାଘାତରେ ୩ ଗୋରୁ ମୃତ

Published By : Suraj Kumar | May 29, 2025 6:14 PM

image source : Business Insider

ମହାବିରୋଡ଼,୨୯/୫: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଗୁରୁବାର  ଅପରାହ୍ନରେ ଘଡଘଡି ସହ ବର୍ଷା ହୋଇଛି। ଏହି ସମୟରେ ବଜ୍ରଘାତ ଘଟିବାରୁ ୩ଟି ଗୋରୁଙ୍କ ଜୀବନ ଚାଲି ଯାଇଛି। 

ସୂଚନା ମୁତାବକ, କଙ୍କଡାହାଡ଼ ବ୍ଲକ କୁଟୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଦରଙ୍ଗାମୁଣ୍ଡା ଗାଁରେ ଗୋରୁ ଚରିବାକୁ ଯାଇଥିବା ବେଳେ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଅପରାହ୍ନ ସମୟରେ ବଜ୍ରଘାତ ହେବାରୁ ଗ୍ରାମର ବାଉରୀ ଷଣ୍ଢଙ୍କ ଗୋଟିଏ ବଳଦ, ସଞ୍ଜୟ ଷଣ୍ଢଙ୍କ ଦୁଇଟି ଗାଈଙ୍କ ଜୀବନ ଯାଇଛି । ଏ ସଂକ୍ରାନ୍ତରେ ମହାବିରୋଡ଼ ରାଜସ୍ୱ ନିରୀକ୍ଷକ ଶୀତଳ ଦେହୁରୀଙ୍କୁ ଯୋଗାଯୋଗ କରିବାରୁ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା କହିଛନ୍ତି। ଉଭୟ ବାଉରୀ ଓ ସଞ୍ଜୟ ଗରିବ ଶ୍ରେଣୀର ହେଇଥିବାକୁ ସରକାରୀ ସହାୟତା ପାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.