ପ୍ରମୂଖ ଖବର
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ରାତି ଅନିଦ୍ରା ହୋଇ ଖଟୁଥିଲେ, ବନିଗଲେ କୋଟିପତି: ଡ୍ରିମ୍‌ ୧୧ରେ ମେସିନ୍‌ ଅପରେଟର ଜିତିଲେ ୫ କୋଟି

Published By : Prameya | May 30, 2025 8:59 AM

ମଞ୍ଚେଶ୍ୱର,୩୦/୦୪: ରାତି ଅନିଦ୍ରା ହୋଇ ଖଟୁଥିଲେ ।  ଖବର କାଗଜ ସଂସ୍ଥାରେ ଝାଳ ନିଗାଡ଼ି ମେସିନ୍‌ ଅପରେଟର  ଭାବେ କାମ କରୁଥିଲେ । ଯାହା ଦରମା ଗଣ୍ଡାଏ ପାଉଥିଲେ ସେଥିରେ ଘର ଚଳୁଥିଲା । ହେଲେ ଡ୍ରିମ୍‌ ୧୧ ତାଙ୍କୁ କରିଦେଲା  ମାଲେମାଲ । କ୍ରିକେଟ୍‌ ଖେଳରେ ଟଙ୍କା ଲଗାଇ ରାତାରାତି  ହୋଇଗଲେ କୋଟିପତି । କୋଟିଏ କି ଦୁଇ କୋଟି ନୁହେଁ  ଜିତିଲେ ୫ କୋଟି ଟଙ୍କା । ସେ ହେଉଛନ୍ତି ଅଭିମନ୍ୟୁ ପଣ୍ଡା(୩୬)  । ଘର ଯାଜପୁର ଜିଲ୍ଲା ଚିକଣା ଗ୍ରାମରେ ହୋଇଥିବା ବେଳେ  ସେ ଭିଏସଏସ ନଗର ମହାବୀର ବିଜୁ ଆଦର୍ଶ କଲୋନୀରେ ରହୁଛନ୍ତି ।  

ଚାଲିଛି ଆଇପିଏଲ୍‌ ମହାସମର । କୋଟିପତି ହେବା ନିଶାରେ ଏବେ ଯୁବପିଢି । କିଏ ଟଙ୍କା ଲଗାଇ ସର୍ବସ୍ୱ ହରାଉଛି ତ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳୁଛି । ଅଭିମନ୍ୟୁ ଜଣେ କ୍ରିକେଟ ପ୍ରେମୀ  । ଚଳିତଥର ଆଇପିଏଲ୍‌ରେ ସେ ୪୯ ଟଙ୍କା ହିସାବରେ  ପ୍ରାୟ ୩ ହଜାରରୁ ଉଦ୍ଧ୍ୱର୍ ଟଙ୍କା ବିନିଯୋଗ କରି ଟିମ୍‌  ଜରିଆରେ ଖେଳୁଥିଲେ । ମେ ୨୭ ରାତିରେ ଡ୍ରିମ୍‌ ୧୧ରେ  ଅଭିମନ୍ୟୁ ସମୁଦାୟ ୭ଟି ଟିମ୍‌ କରି ଖେଳିଥିଲେ । ୬  ନମ୍ବର ଟିମ୍‌ରେ ସେ ୫ କୋଟି ୧୯୬ ଟଙ୍କା ଜିତିଥିବା ଜାଣିବାକୁ ପାଇଥିଲେ । ପ୍ରଥମେ ସେ ନିଜକୁ ବିଶ୍ୱାସ କରିପାରିନଥିଲେ । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ତାଙ୍କ ୱାଲେଟ୍‌କୁ ୭୦ ଲକ୍ଷ ଟଙ୍କା ଆସିବା ପରେ ଖୁସିରେ ପାଦ ତଳେ ଲାଗିନଥିଲା । ପରିବାର ବର୍ଗଙ୍କ ସହ ସାଙ୍ଗ ଓ ପଡ଼ୋଶୀ ତାଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି । ସମୁଦାୟ ଅର୍ଥର ୩୦% ଆୟକର ଦେବା ପରେ ବକେୟା ଅର୍ଥରେ ପ୍ରଥମେ ନିଜ ପାଇଁ ଏକ ଘର କିଣିବେ । ଆଉ ବଳକା ଟଙ୍କାରେ ଆବଶ୍ୟକ ଅନୁଯାୟୀ ଖର୍ଚ୍ଚ କରିବେ ବୋଲି ଅଭିମନ୍ୟୁ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.