କଟକ, ୩୧/୦୫ : ବର୍ଷା ଋତୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କଟକ ସହରରେ ବକ୍ସ ଡ୍ରେନ୍ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବି ପରମେଶ୍ୱରଣ। ସିଏମସି ଓ ୱାଟକୋ ଅଧିକାରୀଙ୍କ ସହ ପ୍ରଥମେ ପଟାପୋଲ ନିକଟରେ ଥିବା ମୁଖ୍ୟ ଡ୍ରେନରେ ପଙ୍କୋଦ୍ଧାର କାର୍ଯ୍ୟ ଦେଖିଥିଲେ। ଏହାପରେ କେଶରପୁର, ରାଉସପାଟଣା ଓ ଛତ୍ରବଜାର ଯାଏ ବୁଲି ଡ୍ରେନରେ ବର୍ଷା ଜଳ ନିଷ୍କାସନ ସ୍ଥିତି ଅନୁଧ୍ୟାନ କରିଥିଲେ।
ସ୍ଥିତି ଅନୁଧ୍ୟାନ କରିବା ପରେ ରେଭେନ୍ୟୁ ଡିଭିଜନାଲ କମିଶନର (RDC) ମୁଖ୍ୟ ଡ୍ରେନରେ ପାଣି ନିଷ୍କାସନ ପାଇଁ ଅଧିକ ଶକ୍ତି ସମ୍ପନ୍ନ ପମ୍ପ ସେଟ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କମିଶନର ଅନାମ ଚରଣ ପାତ୍ରଙ୍କ ସମେତ ଡେପୁଟି କମିଶନର ଶ୍ୱେତ ସ୍ନିଗ୍ଧା ଓ ନଗର ସ୍ଵାସ୍ଥ୍ୟ ଅଧିକାରୀ ଡ. ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।