କଟକ ସଦର, ୨୯/୦୫ : ଦିବ୍ୟାଙ୍ଗ ଚା' ଦୋକାନୀଙ୍କୁ ଠକେଇ ଅଭିଯୋଗ। ଦୋକାନ ଡୋର୍ରେ ଲାଗିଥିବା ଫୋନ୍ ପେ ସ୍କାନର ଉପରେ ନିଜ ସ୍କାନର ଲଗାଇ ଠକୁଥିଲା ଠକ। କଟକ ସିଆରଆରଆଇ ଥାନା ଅନ୍ତର୍ଗତ ପୋତାପୋଖରୀ, ନୂଆବଜାର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏନେଇ ଦୋକାନୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଥାଉକି, କଟକ ସିଆରଆରଆଇ ଥାନା ଅନ୍ତର୍ଗତ ପୋତାପୋଖରୀ, ନୂଆବଜାର ଅଞ୍ଚଳରେ କାର୍ତ୍ତିକ ମହାନ୍ତି ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଚା' ଦୋକାନ କରିଛନ୍ତି। ତାଙ୍କ ଦୋକାନ ଡୋର୍ରେ ଲାଗିଥିବା ଫୋନ୍ ପେ ସ୍କାନର ଉପରେ କେହି ଦୁର୍ବୃତ୍ତ ନିଜ ସ୍କାନର ଲଗାଇ ଦେଇଥିଲେ। ଫଳରେ ଦୋକାନୀଙ୍କୁ ଗ୍ରାହକ ଦେଉଥିବା ଟଙ୍କା ସବୁ ଠକ ଜଣଙ୍କ ନେଉଥିଲେ। ଏ ବିଷୟରେ ଜାଣିବା ପରେ କାର୍ତ୍ତିକ ସିଆରଆରଆଇ ଥାନାରେ ଅଭିଯୋଗ କରିଛନ୍ତି। ଦୋକାନରେ ଲାଗିଥିବା ସ୍କାନରଟି ଶିବ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରହିଛି।