ପ୍ରମୂଖ ଖବର
  • ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ୍, ଭାରତ-ଶ୍ରୀଲଙ୍କା କରିବେ ଆୟୋଜନ
  • ||
  • କଟକ: ରାଜ୍ୟ ଖାଉଟି କମିଶନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରୀ ନୀତି ନିର୍ଘଣ୍ଟ ନେଇ ବାଜିପାରେ ମୋହର
  • ||
  • ନବରଙ୍ଗପୁର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ
  • ||
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ସରିଲା ଯୁକ୍ତ ତିନି ନାମଲେଖା ଆବେଦନ, ସିଟ୍‌ଠୁ ୧୫ ହଜାର କମ୍‌ ହୋଇଛି ଆବେଦନ

Published By : Prameya | June 2, 2025 11:47 AM

ଭୁବନେଶ୍ୱର,୦୨/୦୬: ଯୁକ୍ତ ତିନି ନାମଲେଖା ଆବେଦନ ଅବଧି ସରିଲା । ହେଲେ ରହିଥିବା ସିଟ୍‌ ଅନୁଯାୟୀ ଆବେଦନ ହେଲାନି । ଥରେ ଆବେଦନ ଅବଧି ମଧ୍ୟ ବଢ଼ା ଗଲା, ହେଲେ ସିଟ୍‌ ସଂଖ୍ୟା ଛୁଇଁଲାନି ଆବେଦନ ପତ୍ର । ରାଜ୍ୟରେ ନାମଲେଖା ପାଇଁ ୨ ଲକ୍ଷ ୭୬ ହଜାର ୫୬୯ ସିଟ୍‌ ରହିଛି ହେଲେ ଶେଷ ଦିନରେ ଆବେଦନ ସଂଖ୍ୟା ୨ଲକ୍ଷ ୫୯ ହଜାରରେ ପହଞ୍ଚିଛି । ୧୦ ହଜାର କମ୍‌  ପିଲା ଆବେଦନ କରିଛନ୍ତି । ଯାହା ଏବେଠୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଚଳିତବର୍ଷ  ସିଟ୍‌ ଖାଲି ପଡ଼ିବ । ସବୁବର୍ଷ ଆବେଦନକାରୀଙ୍କ ସଂଖ୍ୟା ଅଧିକ ରହିଥାଏ । ନାମଲେଖା ସମୟରେ କିନ୍ତୁ ଆବେଦନଠୁ ୫୦ ହଜାର, ୬୦ ହଜାର ପିଲା କମ୍‌  ନାମ ଲେଖାଇଥାନ୍ତି । ଏବର୍ଷ ତ ସିଟ୍‌ ଯେତିକି ସେତିକି ଆବେଦନ ହୋଇନି ।  ଏହା ଏବେ ଚିନ୍ତା ବଢ଼ାଇଛି । ଆବେଦନ ଅବଧି ବୃଦ୍ଧି କରାଯିବ ନା ଯେତିକି  ପିଲା ଆବେଦନ କଲେ ସେତିକିରେ ନାମଲେଖା ପ୍ରକ୍ରିୟା ତ୍ୱରାନ୍ୱିତ ହେବ ତାକୁ  ନେଇ ପ୍ରଶ୍ନ ଉଠିଛି । 

ସୂଚନାଯୋଗ୍ୟ, ଯୁକ୍ତ ତିନି  ନାମଲେଖା ପାଇଁ ଗତ ଏପ୍ରିଲ୍‌  ୧୬ ତାରିଖରୁ ଅନ୍‌ଲାଇନ  ଆବେଦନପତ୍ର ଆହ୍ୱାନ  ହୋଇଥିଲା । ଏହାର ଶେଷ ତାରିଖ ମେ ୨୦ ତାରିଖ ରହିଥିଲା । ଉଚ୍ଚମାଧ୍ୟମିକ  ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇନଥିବା କାରଣରୁ ଛାତ୍ରଛାତ୍ରୀ ଆବେଦନ କରିନଥିବା ନେଇ ଆଶଙ୍କା କରାଗଲା ।  ଏହାପରେ ଆବେଦନ ତାରିଖ ପୁଣି ଜୁନ୍‌ ୧ ତାରିଖ ଯାଏ ଉଚ୍ଚ ଶିକ୍ଷା ବିଭାଗ  ବଢ଼ାଇଥିଲା । ହେଲେ ଆଜି ଆବେଦନର ଶେଷ ଦିନ ରହିଛି । ରାତି ୧୧ଟା ୪୫  ସୁଦ୍ଧା ମୋଟ ୨ ଲକ୍ଷ ୫୮ ହଜାର ୯୧୧ ଜଣ ଆବେଦନ କରିଛନ୍ତି । ଏଥିରୁ ୨  ଲକ୍ଷ ୫୦ ହଜାର ୯୮୯ ଜଣ ଆବେଦନ ଫି ଦାଖଲ କରିଛନ୍ତି । ଅର୍ଥାତ୍‌ ୧୭  ହଜାର ୫୦୦ ସିଟ୍‌ର ଆବେଦନ ହୋଇନି । 

ତେବେ କ’ଣ ପାଇଁ ଏପରି ହେଉଛି ତାର ତର୍ଜମା କରିବାର ଆବଶ୍ୟକତା  ରହିଛି ବୋଲି ଶିକ୍ଷାବିତ୍‌ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗ ଚଳିତବର୍ଷ  ଆଗୁଆ ନାମଲେଖା କରି ଠିକ୍‌ ସମୟରେ ପାଠ୍ୟକ୍ରମ ଆରମ୍ଭ କରି ପରୀକ୍ଷା  ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛି । ଏହାକୁ ସ୍ୱାଗତ କରିଛନ୍ତି ଶିକ୍ଷାବିତ୍‌ ।  ହେଲେ ରହିଥିବା ସିଟ୍‌ଠୁ କମ୍‌ ଆବେଦନର କାରଣ କଣ ତାର ତର୍ଜମା କରିବାର  ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଅନ୍ୟପଟେ ବାଲ୍ୟ ବିବାହ, ଶିଶୁ ଶ୍ରମିକକୁ  ନେଇ ଆଶଙ୍କା ରହିଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.