କଟକ, ୩୦/୦୫ : ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା। ଆକ୍ସନ ମୁଡ୍ରେ କଟକ ଉନ୍ନୟନ କର୍ତ୍ତୃପକ୍ଷ ସଚିବ। ଡ୍ୟୁଟିରେ ଥାଇ ଅଫିସ୍ ନଆସିବାରୁ ସିଡିଏର ୧୮ ଜଣ କର୍ମଚାରୀଙ୍କ ଦରମା ବନ୍ଦ। ଶୁକ୍ରବାର ସାଢେ ୧୧ଟା ସୁଦ୍ଧା ୧୮ ଜଣ କର୍ମଚାରୀ ଅଫିସରେ ପହଞ୍ଚି ନଥିବାରୁ ସେମାନଙ୍କର ଗୋଟିଏ ଦିନର ଦରମା ବନ୍ଦ କଲେ କଟକ ଉନ୍ନୟନ କର୍ତ୍ତୃପକ୍ଷ ସଚିବ।
ଏନେଇ କଟକ ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଶ୍ୱେତ କୁମାର ଦାସ କହିଛନ୍ତି ଯେ, ସମସ୍ତ କର୍ମଚାରୀଙ୍କୁ ଠିକ୍ ୧୦ଟା ପୂର୍ବରୁ ଅଫିସରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିଛି ଦିନ ମଧ୍ୟ ସେମାନଙ୍କୁ ଏନେଇ ସଚେତନ କରାଯାଇଥିଲା। ଏହା ସତ୍ତ୍ଵେ ଅନେକ କର୍ମଚାରୀ ନିଜ କାର୍ଯ୍ୟଶୈଳୀରେ କୌଣସି ପରିବର୍ତ୍ତନ କରିନଥିଲେ। ଫଳରେ ଆଜି ବାଧ୍ୟ ହୋଇ ସେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି।