କଟକ, ୩୦।୫: ଯୋବ୍ରା ଅଞ୍ଚଳରେ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ଜଣକ ଅବିବାହିତ ଥିବା ବେଳେ ତାଙ୍କ ନାଁ କଳ୍ପନା ଦାସ ବୋଲି ଜଣାପଡ଼ିଛି । ହସ୍ପିଟାଲର ମହିଳା କର୍ମଚାରୀମାନଙ୍କ ପାଇଁ ଭଡ଼ାରେ ନିଆ ଯାଇଥିବା ଏକ ନର୍ସିଂ ହୋମ୍ରେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଗାଧୁଆ ଘରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖି ସହଯୋଗୀମାନେ ଭୟଭୀତ ହୋଇ ପାଟି କରିଥିଲେ ।
ଖବର ପାଇ ଘଟଣାସ୍ଥଳରେ ମାଲଗୋଦାମ ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଝୁଲନ୍ତା ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲ ପଠାଇଛି । ଏହି ଘଟଣାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।