ବାଙ୍ଗିରିପୋଷି, ୩୧/୫: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥର ଦ୍ୱାର ଶୁଣି ଘାଟି ରାସ୍ତାରେ ଦୁଇ ଟ୍ରକ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟିଛି। ଫଳରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ରାସ୍ତାରେ ଜାମ୍ ଲାଗି ରହିଛି ।
ସୂଚନା ଅନୁସାରେ, ଏକ ଟ୍ରକ୍ ଘାଟି ରାସ୍ତାରେ ବ୍ରେକ ଡାଉନ ହୋଇ ଛିଡ଼ା ହୋଇଥିବାବେଳେ ଓଭର ଟେକ କରୁଥିବା ଅନ୍ୟ ଏକ ଟ୍ରକ ଉକ୍ତ ଗାଡ଼ିକୁ ଧକ୍କା ଦେବା ସହ ଏକ ବୋଲେରୋ ଗାଡ଼ିକୁ ମଧ୍ୟ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣା ଫଳରେ କେହି ବିଶେଷ ଭାବେ ଆହତ ହୋଇ ନ ଥିବାବେଳେ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ୱରେ ରାସ୍ତା ଜାମ ରହିଥିଲା। ଖବରପାଇ ବାଙ୍ଗିରିପୋଷି ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଗୁଡ଼ିକୁ ରାସ୍ତା ଉପରୁ ହଟାଇଥିଲା।