ମାଲକାନଗିରି, ୩୧/୫ : ଆଜି ସମଗ୍ର ଜିଲ୍ଲାର ବିଭିନ୍ନ ଶୈବ ପିଠ ଓ ଜଗନ୍ନାଥ ମନ୍ଦିର ଗୁଡିକରେ ଶୀତଳ ଷଷ୍ଠୀ ଓ ଶିବ ପାର୍ବତୀଙ୍କ ବିବାହ କାର୍ଯ୍ୟକ୍ରମ ହୋଇଛି। ସେଥି ନିମନ୍ତେ ଆଜି ଉତ୍ସବ ମୁଖର ହୋଇ ଉଠିଛି ମାଲକାନଗିରି ସହର। ଆଜି ମାଲକାନଗିରି ତଳସାହି ସ୍ଥ ଶ୍ରୀ ନିଳକଣ୍ଠେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶିବପାର୍ବତୀଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ କନ୍ୟାପିତା ଭାବେ ରାଜେନ୍ଦ୍ର କୋଠିଆ ଓ ମାତା ଭାବେ ସଞ୍ଜୁଲତା କୋଠିଆ, ବର ପିତା ଭାବେ ସତୀଶ କୁମାର ଚୌଧୁରୀ ଓ ମାତା ଭାବେ ସନ୍ଧ୍ୟାରାଣୀ ଉପସ୍ଥିତ ରହି ବିବାହ କାର୍ଯ୍ୟ ସମ୍ପନ କରିଥିଲେ ।
ଶିବଙ୍କୁ ସୁସଜିତ ବିମାନରେ ସହର ପରିକ୍ରମା କରାଯାଇ ଜଗନ୍ନାଥ ମନ୍ଦିରଠାରୁ ତଳସାହି ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିରକୁ ନିଆଯାଇ ରୀତିନୀତି ଅନୁସାରେ ମା’ପାର୍ବତୀଙ୍କ ସହିତ ବିବାହ କାର୍ଯ୍ୟ ସମ୍ପନ ହୋଇଥିଲା।ଶତାଧିକ ଭକ୍ତ ଓ ବର ଯାତ୍ରୀ ଶୋଭାଯାତ୍ରା ରେ ଯୋଗ ଦେଇଥିଲେ । ସହରର ଲୋକେ ମାଙ୍ଗଳି ଳିକ ଉତ୍ସବରେ ସପରିବାର ଯୋଗଦାନ କରି ନବବିବାହିତ ଦେବ ଦଂପତ୍ତିଙ୍କଠାରୁ ଅପାର କରୁଣା ସହ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ,ଶୀତଳ ଷଷ୍ଠୀ ଯାତ୍ରା କମିଟି ଓ ପୂଜା କମିଟି ପକ୍ଷରୁ ସମସ୍ତ ଭକ୍ତ ଙ୍କ ପାଇଁ ଅର୍ଣ୍ଣପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।