ପ୍ରମୂଖ ଖବର
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ଭାଙ୍ଗୁଛି ମାଓଗଡ଼, ସୀମାନ୍ତରେ ୮ମାଓବାଦୀଙ୍କ ଆତ୍ମ ସମର୍ପଣ

Published By : Gurupada Nath | May 31, 2025 10:45 PM

ମାଲକାନଗିରି,୩୧/୫ : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ୮ଜଣ ମାଓବାଦୀଙ୍କ ଆତ୍ମସମର୍ପଣ କରି ମୂଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ମାଓ ସଙ୍ଗଠନ ଛାଡ଼ି ସାଧାରଣ ଜୀବନ ଯାପନ କରିବାକୁ ଏହି ୮ ମାଓବାଦୀ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ଏହି ୮ମାଓବାଦୀ ଅନେକ ମାଓ ହିଂସାକାଣ୍ଡରେ ଜଡ଼ିତ ଥିଲେ। ତେବେ ବର୍ତ୍ତମାନ ମାଓ ସଙ୍ଗଠନ ଦୁର୍ବଳ ହେଉଥିବା ସହ ଅନେକ ବଡ଼ ବଡ ମାଓ ନେତାଙ୍କ ମୃତ୍ୟୁ ପରେ ସଙ୍ଗଠନରୁ ଅନେକ ମାଓବାଦୀ ଓହରି ଯାଉଥିବା ଦେଖିବାକୁ ମିଳିଛି। ତେଣୁ ଏହି ୮ ମାଓବାଦୀ ମୁଲୁଗୁ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବାବେଳେ ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ ବ୍ୟବସ୍ଥା ଦ୍ୱାରା ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଓ ୫ ଜଣ ପୁରୁଷ ମାଓବାଦୀ ରହିଛନ୍ତି। ଏହି ଅବସରରେ ଅନ୍ୟ ମାଓବାଦୀ ମାନଙ୍କୁ ପୋଲିସ ପକ୍ଷରୁ ମାଓ ସଙ୍ଗଠନ ଛାଡି ସାଧାରଣ ଜୀବନ ଯାପନ ପାଇଁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। 

ଠିକ ସେହିପରି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଅବୁଝମାଡ ଜଙ୍ଗଲରେ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରି ଖଞ୍ଜିଥିବା ୧୦ଟି ବୋମାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାବାହିନୀ। ସୂଚନା ଅନୁଯାୟୀ ଛତିଶଗଡର ଅବୁଝମାଡ ଜଙ୍ଗଲରେ ମାଓ ଦମନ ନିମନ୍ତେ ସୁରକ୍ଷା ବଳ ପକ୍ଷରୁ କଡା ପଦକ୍ଷେପ ନିଆଯାଇଥିବା ସହ ତଲାସି ଅଭିଯାନକୁ ବଢାଇ ଦିଆଯାଇଥିବା ବେଳେ ଆଜି ମଧ୍ୟ ଅବୁଝମାଡ ଜଙ୍ଗଲରେ ଯବାନ ମାନେ ତଲାସି ଅଭିଯାନ ଜାରି ରଖିଥିଲେ। ଏହି ସମୟରେ ଯବାନମାନେ ମାଓବାଦୀ ଖଞ୍ଜିଥିବା ୧୦ଟି ଆଇଡି ବୋମାକୁ ଠାବ କରି ଏହାକୁ ବୋମା ନିଷ୍କ୍ରିୟ କାରୀ ଦଳ ଦ୍ଵାରା ଉଦ୍ଧାରକାରୀ ନିଷ୍କ୍ରିୟ କାରୀ ଦେଇଥିବା ଜଣା ପଡିଛି। ଏହାପରେ ଅଞ୍ଚଳରେ ତଲାସି ଅଭିଯାନକୁ ବଢାଇ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.