ପ୍ରମୂଖ ଖବର
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ପୃଥକ ୨ଟି ଅଟୋ ଦୁର୍ଘଟଣାରେ ୪ଗୁରୁତର ୫ଆହତ, ୧୧ ଫୁଟରୁ ଅଧିକ ଖାଲରେ ପଡ଼ିଲା ଅଟୋ

Published By : Gurupada Nath | May 31, 2025 10:31 PM

ଫିରିଙ୍ଗିଆ, ୩୧/୫ : ଫିରିଙ୍ଗିଆ ବ୍ଲକରେ ଦୁଇଟି ପୃଥକ ଅଟୋ ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି l ସୂଚନା ଅନୁସାରେ ପାଙ୍ଗା ଉପର ସାହି ପଞ୍ଚାୟତ ମାଲା ଗାଁର ୬ଜଣ ଅଟୋ ନେଇଁ ଜାଜେଶ ପାଙ୍ଗାରେ ହେଉଥିବା ମାଁ ବରାଳ ଦେବୀଙ୍କ ଯାତ୍ରା ଦେଖିବାକୁ ଯାଇ ଫେରୁଥିବା ସମୟରେ ନିଜ ଗାଁ ନିକଟରେ ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଘଟି ପ୍ରାୟ ୧୧ ଫୁଟ ତଳେ ପଡିଯିବାରୁ ଅଟୋରେ ବସିଥିବା ୬ ଜଣଙ୍କ ମଧ୍ୟରୁ ପୁଷ୍ପିତା ଦିଗାଲ (୨୨) ଟିକିଲି ଦିଗାଲ (୧୪) ଝୁମୁରି ଦିଗାଲ (୧୬) ଗୁରୁତର ହୋଇଥିଲେ ଅନ୍ୟ ୩ ଜଣ ଆହତ ହୋଇଥିଲେ  । ସମସ୍ତଙ୍କୁ ଅଟୋ ସାହାଯ୍ୟରେ ଫିରିଙ୍ଗିଆ ମେଡିକାଲରେ ଭର୍ତି କରିଥିବା ସୂଚନା ମିଳିଛି l ଅନ୍ୟପଟେ ଭୃଙ୍ଗି ଯୋଡ଼ି ପଞ୍ଚାୟତ ଶୁଣ୍ଡି ଗାଁରୁ ସୁମେରୁ ବନ୍ଧ ପଞ୍ଚାୟତ ମସାଣି ଗଟା ଗାଁକୁ କୌଣସି କାମରେ ଯାଇ ନିଜ ଗାଁକୁ ଫେରୁଥିବାବେଳେ ସାଡୀଙ୍ଗିଆ ପାଖରେ ଥିବା ବିଏସଏଫ କ୍ୟାମ୍ପ ପାଖରେ ଭରସାମ୍ୟ ହରାଇ ଅଟୋ ଓଲଟି ପଡ଼ିବାରୁ ଅଟୋରେ ବସିଥିବା ୩ଜଣଙ୍କ ମଧ୍ୟରୁ ବାଞ୍ଚା ନିଧି କହଁର(୨୫) ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ୨ଜଣ ସାମାନ୍ୟ ଆହତ ହୋଇଥିଲେ l ଘଟଣାସ୍ଥଳରେ ବିଏସଏଫ କ୍ୟାମ୍ପରୁ ଯବାନମାନେ ପହଞ୍ଚି ନିଜ ଗାଡିରେ ଭର୍ତ୍ତି କରି ଫିରିଙ୍ଗିଆ ମେଡିକାଲକୁ ଆଣି ମେଡିକାଲରେ ଭର୍ତି କରିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.