ପ୍ରମୂଖ ଖବର
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ମୃତ ମାଓବାଦୀଙ୍କ ପାଇଁ ଜୁନ୍ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଲା ମାଓ ସଙ୍ଗଠନ

Published By : Gurupada Nath | May 31, 2025 10:19 PM

ମାଲକାନଗିରି,୩୧/୫ : ସୀମାନ୍ତ ଛତିଶଗଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗତ ୨୧ତାରିଖର ଗୁଳି ବିନିମୟ ଘଟଣାକୁ ବିରୋଧ କରି ଜୁନ୍ ୧୦ ତାରିଖରେ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ। ଏହା ସହ ଜୁନ୍ ୨ ରୁ ଅଗଷ୍ଟ ୩ ତାରିଖ ଯାଏଁ ଏହି ଗୁଳି ବିନିମୟରେ ମୃତ ମାଓ ନେତା ବାସବରାଜଙ୍କ ସମେତ ୨୮ ଜଣ ସହିଦ କମ୍ରେଡ ଙ୍କ ପାଇଁ ସ୍ମୃତିସଭା ଆୟୋଜନ କରିବାକୁ ସଙ୍ଗଠନ ପକ୍ଷରୁ ଅପିଲ କରାଯାଇଛି। 

ପ୍ରକାଶ ଯେ, ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ଗତ ୨୧ ତାରିଖ ଦିନ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବା ବେଳେ ଏହି ଗୁଳି ବିନିମୟରେ ୨୮ ଜଣ ମାଓବାଦୀ ନିହତ ହୋଇଥିଲେ। ଯେଉଁଥିରେ ମାଓ ସଙ୍ଗଠନର ସାଧାରଣ ସମ୍ପାଦକ ମୋଷ୍ଟୱାଣ୍ଟେଡ ବାସବରାଜଙ୍କ ସମେତ ଦଳର ବିଭିନ୍ନ ସ୍ତରର ୨୭ ଜଣ ମାଓବାଦୀ ନିହତ ହୋଇଥିଲେ। ଯାହାକୁ ନେଇ ମାଓ ସଙ୍ଗଠନ କେନ୍ଦ୍ର ସରକାର ଓ ଛତିଶଗଡ ସରକାରଙ୍କୁ ନିନ୍ଦା କରିବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଯାଇଛି । ଯାହାକୁ ନେଇ ଆସନ୍ତା ଜୁନ୍ ୧୦ ତାରିଖରେ ଦେଶବ୍ୟାପୀ ବନ୍ଦ ପାଳନ କରିବାକୁ ମାଓ ସଙ୍ଗଠନ ଅନୁରୋଧ କରିଛି । ଏହା ସହ ମାଓବାଦୀ ମାନେ ଗତ ୨ ମାସ ଧରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଶସ୍ତ୍ର ବାହିନୀଙ୍କୁ ଆକ୍ରମଣ ନକରି ଧୈର୍ଯ୍ୟ ଏବଂ ସଂଯମତା ରଖି ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଏହି ଆଲୋଚନା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଯୋଗ କରୁ ନଥିବା ମାଓ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

ତେବେ ଏସବୁ ବିଷୟକୁ ନେଇ ମାଓ ସଙ୍ଗଠନ ପକ୍ଷରୁ ଏକ ପ୍ରେସ ବାର୍ତ୍ତା ଜାରି କରାଯାଇଛି। ତେବେ ଗୋଟିଏ ପଟେ ମାଓ ସଙ୍ଗଠନ ଦୁର୍ବଳ ହେଉଥିବା ବେଳେ ଅନ୍ୟପଟେ ବର୍ତ୍ତମାନ ମାଓ ସଙ୍ଗଠନରେ ମାଓବାଦୀ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ସେମାନଙ୍କ ଘର ଲୋକେ ମୁଖ୍ୟ ସ୍ରୋତରେ ଫେରିବାକୁ ଅପିଲ କରିଥିବା ଦେଖିବାକୁ ମିଳିଛି। ମାଓ ସଙ୍ଗଠନ ଛାଡି ଘରକୁ ଆସ, ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବ ସହ ହସ ଖୁସିରେ ରହିବାକୁ ମାଓବାଦୀଙ୍କ ଘର ଲୋକେ ସେମାନଙ୍କୁ ଚିଠି ଲେଖୁଥିବା ଓ ଅପିଲ କରୁଥିବା ଦେଖିବାକୁ ମିଳିଛି । ଛତିଶଗଡର ବୀଜାପୁର ଜିଲ୍ଲାର ଜଣେ ଯୁବତୀ ନିଜ ଜେଜେ ବାପାଙ୍କୁ ଚିଠି ଲେଖି ଘରକୁ ଫେରିବାକୁ ଅନୁରୋଧ କରିଛନ୍ତି । ଝିଅଟିର ଜେଜେ ବାପା ଜଣେ ମାଓବାଦୀ ହୋଇଥିବା ବେଳେ ତାଙ୍କୁ ମାଓ ସଙ୍ଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଝିଅଟି ଅପିଲ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.