ପ୍ରମୂଖ ଖବର
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ମେଡୁବାଡ଼ି- ତଜରବାଡ଼ିକୁ ପକ୍କା ରାସ୍ତା ଦାବି କଲେ ଗ୍ରାମବାସୀ

Published By : Gurupada Nath | May 31, 2025 4:28 PM

ଦାରିଙ୍ଗବାଡ଼ି,୩୧/୫ : ଦାରିଙ୍ଗବାଡ଼ି ବ୍ଲକର ଅନେକ ଉପାନ୍ତ ଅଞ୍ଚଳକୁ ଆଜି ବି ପକ୍କା ରାସ୍ତା ନ ଥିବାବେଳେ ମାଟି ରାସ୍ତା ହିଁ ଭରସା । ମାଟି ରାସ୍ତା ଉପରେ ଭରସା କରିଥିବା ଗାଁ ଦୁଇଟି ହେଲା କିରିକୁଟି ପଞ୍ଚାୟତର ମେଡୁବାଡ଼ି ଓ ତଜରବାଡ଼ି ଗ୍ରାମ । ମେଡୁବାଡ଼ି ଗ୍ରାମରେ ୬୦ପରିବାର ବସବାସ କରୁଥିବାବେଳେ ତଜରବାଡ଼ିରେ ୪୦ପରିବାର ବସବାସ କରନ୍ତି । ଏହି ୨ଟି ଗାଁକୁ ଯିବାକୁ ହେଲେ ମାଟି କାଦୁଆ ରାସ୍ତା ହିଁ ଭରସା । ମୁଖ୍ୟ ରାସ୍ତାଠାରୁ ଲୁଦୁବାନ୍ଦା ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇଥିବାବେଳେ ମେଡୁବାଡ଼ି ଓ ତଜରବାଡ଼ିକୁ ପକ୍କା ରାସ୍ତା ନାହିଁ । ଲୁଦୁବାନ୍ଦାଠାରୁ ମେଡୁବାଡ଼ିକୁ ୨କିଲୋମିଟର ବାଟ ହୋଇଥିବାବେଳେ ତଜରବାଡ଼ି ସାଢେ଼ ୨ କିଲୋ ମିଟର ରାସ୍ତା ହେବ । ହେଲେ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ନ ଥିବା ଫଳରେ ଲୋକେ କାଦୁଆ ମାଟି ରାସ୍ତା ଦେଇ ଯାତାୟତ କରିଥାନ୍ତି । 

ବର୍ଷା ଦିନ ହୋଇଗଲେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଏ । ବର୍ଷା ହୋଇଗଲେ ଗାଁକୁ ଗାଡ଼ି ଯାଇପାରେ ନାହିଁ । ଲୋକେ ଚାଲିକି ହିଁ ଯାତାୟତ କରିଥାନ୍ତି । ଜରୁରୀ ସମୟରେ ଗାଁକୁ ଗାଡ଼ି ଯାଇ ପାରୁ ନ ଥିବା ଯୋଗୁଁ ରୋଗୀକୁ ଭାର କରି ଲୁଦୁବାନ୍ଦା ଗ୍ରାମ ପର୍ଯ୍ୟନ୍ତ ବୋହିକି ଆଣିବାକୁ ପଡ଼େ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୁଅନ୍ତି । ଏଣୁ ଏହି ୨ଗାଁକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.