ସାନଖେମୁଣ୍ଡି,୩୧ /୦୫: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି କୁମ୍ଭାର ସାହିରେ ଅଘଟଣ । କେଶବ ଗୌଡ଼ ନାମକ ବ୍ୟକ୍ତିଙ୍କ ଗୁହାଳରେ ଲାଗିଲା ନିଆଁ । ନିଆଁ ଲାଗିବାରୁ ଗୁହାଳ ମଧ୍ୟରେ ଥିବା ୧୫ ରୁ ଉର୍ଦ୍ଧ୍ୱ ଛେଳି, ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । କେହି ଦୁର୍ବୃତ୍ତ ଗୁହାଳରେ ନିଆଁ ଲଗାଇ ଦେଇଥିବା କେଶବ ଗୌଡ଼ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ଶୁକ୍ରବାର ରାତିରେ କେଶବଙ୍କ ପରିବାର ଲୋକେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଗୁହାଳରେ ନିଆଁ ଲଗାଯାଇଥିବା ଦେଖିବାକୁ ପାଇଥିଲେ । ଖବର ପାଇ ସାନଖେମୁଣ୍ଡିରୁ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇଥିବା ବେଳେ ପାଟପୁର ପୁଲିସ ପହଞ୍ଚି ଘଟଣାର ତଦନ୍ତ କରି ଫେରିଛି । ତେବେ ଏହି ଅଗ୍ନିକାଣ୍ଡରେ ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗୁହାଳରେ ଥିବା ଜିନିଷପତ୍ର ମଧ୍ୟ ପୋଡ଼ିଯାଇଛି । କେହି ଦୁର୍ବୃତ୍ତ ଗୁହାଳରେ ନିଆଁ ଲଗାଇ ଦେଇଥିବା କେଶବ ଗୌଡ଼ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ଚାଷୀ ।