ପ୍ରମୂଖ ଖବର
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ଅବୁଝମାଡ ଜଙ୍ଗଲରେ ୧୦ ଆଇଇଡି ବୋମା ଠାବ, ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି

Published By : Harapriya Sethi | June 1, 2025 12:37 PM

ମାଲକାନଗିରି,୦୧/୦୬: ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାର ଅବୁଝମାଡ ଜଙ୍ଗଲରେ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରି ଖଞ୍ଜିଥିବା ୧୦ଟି ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ । ଏହା ପରେ ଅବୁଝମାଡ ଜଙ୍ଗଲରେ ମାଓ ଦମନ ଲାଗି ଲଗାତାର ଭାବେ ସୁରକ୍ଷା ବାହିନୀ ପକ୍ଷରୁ ଅପରେସନ ଜାରି ରହିଛି । 

ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଜଙ୍ଗଲ ଭିତରେ ଅନେକ ଲେଣ୍ଡମାଇନ ଲଗାଇଥିଲେ । ହେଲେ ଅପରେସନ ବେଳେ ଯବାନମାନେ ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ୱାରା ସର୍ଚ୍ଚ କରି ୧୦ଟି ଆଇଇଡି ବୋମାକୁ ଠାବ କରିଥିଲେ । ପରେ ବୋମା ନିଷ୍କ୍ରିୟକାରୀ ଦଳ ଏହାକୁ ଉଦ୍ଧାର କରି ଅତି ସତର୍କତାର ସହ ନିଷ୍କ୍ରିୟ କରିଛନ୍ତି । ସେହିଭଳି ବିଜାପୁର ଜିଲ୍ଲାର କୁତୁଲ ଜଙ୍ଗଲରେ ମଧ୍ୟ ମାଓବାଦୀଙ୍କ ଆଇଇଡି ଠାବ ହୋଇଛି । ସେଠାରେ ମଧ୍ୟ ସୁରକ୍ଷାକର୍ମୀ ମାଓ ବିରୋଧୀ ଅପରେସନରେ ଯାଇଥିବା ବେଳେ ୨ଟି ଲ୍ୟାଣ୍ଡମାଇନ ଠାବ କରିଥିଲେ । ପରେ ଯବାନମାନେ ଏହାକୁ ଉଦ୍ଧାର କରି ଡିଫ୍ୟୁଜ କରିଛନ୍ତି । ଘଟଣା ପରେ ସୁରକ୍ଷକର୍ମୀ ପକ୍ଷରୁ ଅପରେସନକୁ ଆହୁରି ଜୋରଦାର କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.