ପ୍ରମୂଖ ଖବର
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ଜମି ବିବାଦରୁ ଗଣ୍ଡଗୋଳ, ଦୁଇ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପଡ଼ୋଶୀ

Published By : Harapriya Sethi | June 2, 2025 3:05 PM

କଟକ, ୦୨/୦୬: ଜବର ଦଖଲ ଜମିରେ ମୋରମ ପକାଇବାକୁ ନେଇ ଗଣ୍ଡଗୋଳ। ଦୁଇ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ଘର ଆଗରେ ହାଣିଲେ ପଡ଼ୋଶୀ । ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ବାଙ୍କୀ ପୁଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବାଆଁରା ପଞ୍ଚାୟତ ରାମଚଣ୍ଡୀ ଗାଆଁରେ ଅଭାବନୀୟ ଘଟଣା ଘଟିଛି। 

ସୂଚନା ମୁତାବକ, ଜବର ଦଖଲ ଜମିରେ ମୋରମ ପକାଇବାକୁ ନେଇ ସନ୍ତୋଷ ସାହୁ ଓ ତାଙ୍କ ସାନ ଭାଇଙ୍କର ତାଙ୍କ ପଡ଼ୋଶୀଙ୍କ ସହ ଗଣ୍ଡଗୋଳ ହେଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଦୁଇ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ଘର ଆଗରେ ହାଣିଥିଲେ ପଡ଼ୋଶୀ । ପରେ ଗୁରୁତର ଅବସ୍ଥାରେ ଦୁଇଭାଇଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ଏନେଇ ଖବର ପାଇବା ପରେ ବାଙ୍କୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.