ଭୁବନେଶ୍ୱର,୦୩/୦୬: ସାଇବର ଅପରାଧୀ ବିଭିନ୍ନ ଉପାୟରେ ଲୋକଙ୍କୁ ଫୋନ୍ କରି ଠକୁଛନ୍ତି । ଡିଜିଟାଲ ଆରେଷ୍ଟରେ ଥିବା କହି କୋଟି କୋଟି ଚୁନା ଲଗାଉଛନ୍ତି । ନ୍ୟାୟିକ ଅଧିକାରୀ, ପୋଲିସ, ସିବିଆଇ ଓ କଷ୍ଟମ ଅଧିକାରୀର ପରିଚୟ ଦେଇ ଲୋକଙ୍କୁ ଠକୁଛନ୍ତି । ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ପରି କୌଣସି ଶବ୍ଦ ନାହିଁ ବୋଲି କହି ସତର୍କ କରାଇଛି ରାଜ୍ୟ ପୋଲିସ । ଏପରି ଫୋନ୍ ଆସିଲେ ନିକଟସ୍ଥ ଥାନା ବା ୧୯୩୦କୁ ଜଣାଇବାକୁ କହିଛନ୍ତି ।
ସାଇବର ଅପରାଧୀମାନେ ନିଜକୁ ନ୍ୟାୟିକ ଅଧିକାରୀ, ପୋଲିସ ଅଧିକାରୀ, ସିବିଆଇ କିମ୍ବା କଷ୍ଟମ୍ ଅଧିକାରୀ ବୋଲି ପରିଚୟ ଦେଇ ଡିଜିଟାଲ ଗିରଫ କରିବାକୁ କହି ସାଧାରଣ ଲୋକଙ୍କୁ ଠକୁଛନ୍ତି । ଏଭଳି ଫୋନ କଲ ଆସିବା ମାତ୍ରେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ୧୯୩୦କୁ ଯୋଗାଯୋଗ କରି ଅଭିଯୋଗ କରନ୍ତୁ।
— Odisha Police (@odisha_police) June 3, 2025
ଏଭଳି ଫୋନ କଲ ଆସିବା ମାତ୍ରେ, ସଙ୍ଗେ ସଙ୍ଗେ… pic.twitter.com/bAIhoiqXP8
ଏ ନେଇ ଏକ୍ସରେ ସୂଚନା ଦେଇ ଓଡିଶା ପୋଲିସ କହିଛି, ''ସାଇବର ଅପରାଧୀମାନେ ନିଜକୁ ନ୍ୟାୟିକ ଅଧିକାରୀ, ପୋଲିସ ଅଧିକାରୀ, ସିବିଆଇ କିମ୍ବା କଷ୍ଟମ୍ ଅଧିକାରୀ ବୋଲି ପରିଚୟ ଦେଇ ଡିଜିଟାଲ ଗିରଫ କରିବାକୁ କହି ସାଧାରଣ ଲୋକଙ୍କୁ ଠକୁଛନ୍ତି । ଏଭଳି ଫୋନ୍ କଲ୍ ଆସିବା ମାତ୍ରେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ୧୯୩୦କୁ ଯୋଗାଯୋଗ କରି ଅଭିଯୋଗ କରନ୍ତୁ । ଏଭଳି ଫୋନ କଲ ଆସିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଆପଣଙ୍କ ଅବଗତି ନିମନ୍ତେ ଜଣାଉଛୁ କି ଭାରୀତୀୟ ଆଇନ୍ ବ୍ୟବସ୍ଥାରେ ଡିଜିଟାଲ ଆରେଷ୍ଟ ଭଳି କୌଣସି ଶଦ୍ଦ ନାହିଁ । ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।''