ଭଦ୍ରକ,୦୩/୦୬: ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍ନାତକରେ ୧୦୧୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିଲା ବେଳେ ୭୮୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପାସ ହାର ୭୭.୪% ରହିଛି । କଳା ବିଭାଗରେ ୮୭.୪%, ବାଣିଜ୍ୟ ବିଭାଗରେ ୬୫.୫%, ବିଜ୍ଞାନ ବିଭାଗରେ ୭୨.୭% ରହିଥିବାବେଳେ ସେଲ୍ଫ ଫାଇନାନ୍ସ ଷ୍ଟ୍ରିମ୍ରେ ୮୧.୧% ପାସ ହାର ରହିଛି ।
କଳା ବିଭାଗରେ ହୋମ୍ ସାଇନ୍ସ ଛାତ୍ରୀ ଶୁଭଲକ୍ଷ୍ମୀ ବେହେରା ୮୭.୭% , ବିଜ୍ଞାନ ବିଭାଗରେ ରସାୟନ ବିଭାଗର ଛାତ୍ରୀ ସୁଶ୍ରୀ ଦେବୀଦତ୍ତା ଦିବ୍ୟଜ୍ୟୋତି ୮୯.୧୩% ,ବାଣିଜ୍ୟ ବିଭାଗରେ ଅନୁଶ୍ରୀ ଗୁପ୍ତା ୮୮.୪୪% ଏବଂ ସେଲ୍ଫ ଫାଇନାନ୍ସ ବିଭାଗରେ ବିସିଏ ବିଭାଗର ଛାତ୍ର ରୁଦ୍ରଦେବ ବେହେରା ୮୬.୧୮% ରଖି ଟପ୍ପର ହୋଇଛନ୍ତି । ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶ୍ରେଷ୍ଠ ସ୍ନାତକ ଭାବରେ ବିଜ୍ଞାନରେ ରସାୟନ ବିଭାଗ ଛାତ୍ରୀ ସୁଶ୍ରୀ ଦେବୀଦତ୍ତା ଦିବ୍ୟଜ୍ୟୋତି ପ୍ରଥମ ସ୍ଥାନ ହାସଲ କରିଥିବା ଅଧ୍ୟକ୍ଷ ଡ଼ ଦୁର୍ଗା ଶଙ୍କର ଦାସ ସୂଚନା ଦେଇଛନ୍ତି ।
ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମୃତ୍ୟୁଞ୍ଜୟ ଦାସ, ଉପ ପରୀକ୍ଷା ନିୟନ୍ତ୍ରକ ଡ଼ ଅଜିତ୍ କୁମାର ଦାସ, ଡ଼ ପ୍ରତାପ ଚନ୍ଦ୍ର ସାହୁ, ଡ଼ ପଦ୍ମନାଭ ମହାନ୍ତି, ରସାୟନ ବିଭାଗ ର ମୁଖ୍ୟ ଡ଼ ପଦ୍ମନାଭ ପତ୍ରୀ, ଡ଼ ଲକ୍ଷ୍ମୀକାନ୍ତ ନାୟକ, ଡ଼ ସନ୍ତୋଷ କୁମାର ସେଠୀ, ଡ଼ କମଳା କାନ୍ତ ଜେନା, ସୁରେଶ ଚନ୍ଦ୍ର ରାଉତ ,ମଦନ ମୋହନ ବିନ୍ଧାଣୀ, ସତ୍ୟଶିବ ସୁନ୍ଦର ସାମଲ ଓ ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ପରୀକ୍ଷା ଫଳ ପ୍ରକାଶ ସମୟରେ ଉପସ୍ଥିତ ଥିଲେ