ବାସୁଦେବପୁର,୩୦/୦୫: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଦଶମ ଶ୍ରେଣୀରେ ଏ-ୱାନ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଶିକ୍ଷାବିତ୍ ଅମୀୟ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ବିଡ଼ିଓ ତନମିତା କରଙ୍କ ତତ୍ୱାବଧାନରେ ସମ୍ବର୍ଦ୍ଧିତ କରାଯାଇଛି ।
ଏହି ସଭାରେ ବିଡ଼ିଓ ତନମିତା କର ପ୍ରଥମେ ପିଲାମାନଙ୍କୁ ଆଗାମୀ ଭବିଷ୍ୟତର ଲକ୍ଷ୍ୟ ପଚାରି ବୁଝିଥିଲେ । ପିଲାମାନେ ଗୋଟିଏ ଲକ୍ଷ୍ୟ ସ୍ଥିର କରି ଆଗକୁ ଆଗେଇଲେ ନିଶ୍ଚିତ ଜୟଯୁକ୍ତ ହେବ ବୋଲି ମତ ପ୍ରକାଶ କରିଥିଲେ ବିଡ଼ିଓ ତନମିତା କର । ପରେ ବାସୁଦେବପୁର ବ୍ଲକର ୧୭ ଜଣ ଛାତ୍ରଛାତ୍ରୀଙ୍କୁ ଫୁଲ ଗଛ ସହିତ ଗୋଟିଏ ଲେଖାଏଁ ପୁସ୍ତକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସହ ଶିକ୍ଷାଧିକାରୀ ଅମୀୟ ମୋହାଳିକ, ଜିପିଓ ଅମୀୟ ନାଥଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ଅବିଭାବକ ଉପସ୍ଥିତ ଥିଲେ ।
ଗତ ମେ ୨ ତାରିଖରେ ମାଟ୍ରିକ ଫଳାଫଳ ପ୍ରକାଶ ପାଇଥିଲା । ୧ ହଜାର ୮୧୨ ଜଣ ଛାତ୍ରଛାତ୍ରୀ ଏ-ଗ୍ରେଡ ପାଇଥିଲେ । ଭଦ୍ରକ ଜିଲ୍ଲାରେ ପାସ୍ହାର ୯୫.୬୭ ପ୍ରତିଶତ ରହିଥିଲା । ଏ-ଗ୍ରେଡ୍ ଜିଲ୍ଲାରେ ୬୫ ଜଣ ରହିଥିଲେ ।