ପ୍ରମୂଖ ଖବର

ମହୁମାଛି ଆକ୍ରମଣରେ ୧୫ ଆହତ

Published By : Suraj Kumar | June 5, 2025 6:03 PM

ଭଣ୍ଡାରୀପୋଖରୀ,୫/୬(ଆ.ପ୍ର.):  ମାଳଦା ପଞ୍ଚାୟତ ଜଳହରୀ ଶନି ମନ୍ଦିର ଗୁରୁବାର ଅନୁଷ୍ଠିତ ବାର୍ଷିକ ପୂଜା ବେଳେ  ମହୁମାଛି ଆକ୍ରମଣରେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। 

ମାଳଦା ପଞ୍ଚାୟତ ଜଳହରୀ ଶନି ମନ୍ଦିରର ବାର୍ଷିକ ପୂଜା ଅନୁଷ୍ଠିତ ହୋଇଥିଲା। ଏହି  ଅବସରରେ ସ୍ଥାନୀୟ ସାରସ୍ଵତ ଉଚ୍ଚ ବିଦ୍ୟାପୀଠ ପରିସରରେ ପ୍ରସାଦ ସେବନ ଚାଲିଥିଲା।  ସ୍କୁଲ ହତା ବରଗଛ ଉପରେ ବସା ବାନ୍ଧିଥିବା ୨ଟି ବାଘୂଆ ମହୁମାଛି ବସାରୁ କୌଣସି କାରଣରୁ ହଜାର ହଜାର ମହୁମାଛି ଉଡ଼ି ଆସି ଶ୍ରଦ୍ଧାଳୁ ମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୧୫ ରୁ ଅଧିକ  ଶ୍ରଦ୍ଧାଳୁ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.