ପ୍ରମୂଖ ଖବର
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ଯାତ୍ରା କଳିକୁ ମ୍ୟାନେଜର ଜଗତ ଜୀବନ ପଣ୍ଡାଙ୍କ ଲମ୍ଫ, ମାମୁନି ଷଡ଼ଙ୍ଗୀଙ୍କୁ କଲେ ଟାର୍ଗେଟ୍

Published By : Rasmita Pradhan | June 3, 2025 12:47 PM

ଭଦ୍ରକ, ୦୩/୦୬ : ଥମୁନି ଯାତ୍ରା କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ । ଯାତ୍ରା କଳିକୁ ଲମ୍ଫ ମାରିଲେ ରାଜଧାନୀ ଅପେରା ମ୍ୟାନେଜର ଜଗତ ଜୀବନ ପଣ୍ଡା । ଶୀତଳ ଯୁଦ୍ଧରୁ ସେ ଏବେ ବାକ୍ ଯୁଦ୍ଧକୁ ଓହ୍ଲାଇଛନ୍ତି । ଯାତ୍ରା କଳାକାର ମାମୁନି ଷଡ଼ଙ୍ଗୀଙ୍କୁ ସିଧାସିଧା ଟାର୍ଗେଟ୍ କରିଛନ୍ତି । ଜଗତ ଜୀବନ ପଣ୍ଡା କହିଛନ୍ତି, ମାମୁନି ତାଙ୍କ ଲେବୁଲର ନୁହଁନ୍ତି । ତେଣୁ ତାଙ୍କ କଥା ମାନିବାକୁ ବାଧ୍ୟ ନୁହେଁ । 

ମିଡିଆ ସାମ୍ନାରେ ମାମୁନି ଷଡ଼ଙ୍ଗୀଙ୍କ ଉପରେ ବର୍ଷିଛନ୍ତି ଜଗତ ଜବୀନ ପଣ୍ଡା। ମାମୁନିଙ୍କ ପାଇଁ ମାୟାନଗରୀ ଯାତ୍ରାପାର୍ଟି ଭାଙ୍ଗିଛି । ଯାତ୍ରା ଋତୁ ସରିବାକୁ ୪ ମାସ ଥିଲା ହେଲେ ସେ ପାର୍ଟି ଛାଡ଼ି ଚାଲି ଆସିଲେ। ସେହିପରି ଯାତ୍ରା ଇନ୍ଦ୍ରଭୁବନ ଆଖଡ଼ା ଘରୁ କାହିଁକି ବିଦା ହେଲେ ବୋଲି ପ୍ରଶ୍ନ କରିଛନ୍ତି ଜଗତ ଜୀବନ ପଣ୍ଡା । ଚଳିତ ବର୍ଷ ଅଶୋକ ସମ୍ରାଟ୍ ଯାତ୍ରପାର୍ଟିର ଆଖଡ଼ା ଚାଲିଥିବା ବେଳେ ଗଉଡ଼ ସାହି କଥା ଉଠାଇଲେ ଏବଂ ସାହି ଲୋକ କ’ଣ ଅରୁଆ ଡାଲମା ଦେଇଥିଲେ ପ୍ରଶ୍ନ କରିଛନ୍ତି ରାଜଧାନୀ ଅପେରା ମ୍ୟାନେଜର। ସମୟ ଆସିଲେ ମାମୁନି ଷଡ଼ଙ୍ଗୀ ଜାଣିପାରିବେ ଜଗତ ଜୀବନ ପଣ୍ଡା କିଏ । ଏ-କ୍ଲାସ୍ ଅନୁଷ୍ଠାନ ଅଭିଧାନରୁ ମାମୁନିର ନାଁ ଲିଭିଗଲାଣି । ତାଙ୍କ କଥା କହିବାର ଶୈଳୀରୁ ସେ କ’ଣ ବୋଲି ଜଣାପଡ଼ୁଛି । ଜଣେ ଯାତ୍ରାପାର୍ଟି ମାଲିକ ଓ ମ୍ୟାନେଜରଙ୍କ ନାଁରେ ଯେଉଁଭଳି ଭାବେ କଥା କହୁଛନ୍ତି, ସେଥିରୁ ଆପଣ ଜାଣିପାରୁଥିବେ ମାମୁନି ଷଡ଼ଙ୍ଗୀ କିଭଳି କଳାକାର ?

ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓ କଳାକାର ପୂଜାଙ୍କ କଳିରେ ଏଣ୍ଟ୍ରି ମାରିଛନ୍ତି ଜଗତ ଜୀବନ ପଣ୍ଡା । ନକହି ନକହି ପୂଜାଙ୍କ ବିଷୟରେ ସବୁ କହି ଦେଇଛନ୍ତି ସେ। ନାଣ୍ଡୁ ବାବୁ ପୂରା କ୍ଲାରିଟି ମେଣ୍ଟନ୍ କରିଛନ୍ତି । ପୂଜାଙ୍କ କଥା ମେତେ ପଚାରନ୍ତୁ ନାହିଁ, ନହେଲେ ସେ ଗାଳି କରିବେ ବୋଲି କହିଛନ୍ତି ଜଗତ ଜୀବନ ପଣ୍ଡା । ଏହାଛଡ଼ା ସୋସିଆଲ୍ ମିଡିଆ ଏକ ସରଳ ଉପାୟ ହେଉଛି, ତେଣୁ ଯିଏ ଯାହା ପାରୁଛି କହୁଛି । ସେମାନେ ଆଇନ ମନ୍ତ୍ରୀଙ୍କୁ ଦେଖା କରିବାକୁ ଯାଇଛନ୍ତି, ଏହା ଭଲ କଥା । ଆମେ ସବୁ ଆଇନର ପରିଧି ଭିତରେ ରହିଛୁ । ଆଇନ ଉପରେ ସମସ୍ତଙ୍କର ଭରସା ରହିଛି । ଆଇନକୁ ସମସ୍ତେ ସମ୍ମାନ କରିବା ଉଚିତ୍ ବୋଲି ରାଜଧାନୀ ଅପେରା ମ୍ୟାନେଜର ଜଗତ ଜୀବନ ପଣ୍ଡା କହିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.