ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ

Published By : Prameya | June 5, 2025 8:40 AM

ପୁରୀ,୦୫/୦୬: ବୁଧବାର ଅଖ ଉପରେ ଦଣ୍ଡା ଉଠି ରଥର ମୂଳଦୁଆ ସ୍ଥାପନ କରାଯାଇଛି । ତିନି ରଥର ମୁଖ୍ୟ ବିଶ୍ୱକର୍ମା ଶ୍ରୀଫଳ ଭାଙ୍ଗି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର  ଶୁଭାରମ୍ଭ କରିଛନ୍ତି । ଅଖ ତଳେ ମେଣ୍ଢି (କାଠ  ଗଡ଼) ରଖି ଦଣ୍ଡା ଉଠିଥିଲା । ବିଶ୍ୱକର୍ମା ଓ ଭୋଇ  ସେବକମାନେ ତିନି ରଥର ମୂଳଦୁଆ ପକାଇଛନ୍ତି । ଚକ- ଅଖ ଉପରେ ଦଣ୍ଡାକୁ ଗୋଳେଇ ଦିଆଯାଇଛି । ଗୋଳେଇବା ଅର୍ଥ  ମାପଚୁପ କରି ଅଖ ସହିତ ଦଣ୍ଡାକୁ ସମତୁଲ କରିବା । ଏଥିସହ  କତା ଦଉଡ଼ି ବାନ୍ଧି ଦଣ୍ଡାକୁ ଜବତ୍‌ କରାଯାଇଛି । ଆଗକୁ ଦଣ୍ଡା କଣ୍ଟା ଅନୁକୂଳ ହେବ । ଅଖ ଓ ଦଣ୍ଡାକୁ ମିଶାଇ କଣ୍ଟା ପିଟାହେବ ।  ଦଣ୍ଡା କାମଠାରୁ ଆରମ୍ଭ କରି ରଥର କଳସ ପ୍ରତିଷ୍ଠା ପର୍ଯ୍ୟନ୍ତ ସବୁ  କାମର ଓଜନ ଅଖ ସାମ୍ଭାଳିବ । ରଥ ନିର୍ମାଣ ସମୟରେ ଏହି  ମେଣ୍ଢିଗୁଡ଼ିକ ଅଖକୁ ଦମ୍ଭ ଦିଏ । ସିଂହଦ୍ୱାରକୁ ରଥ ଯିବା ପୂର୍ବରୁ  ମେଣ୍ଢି ହଟାଇ ଦିଆଯିବ କୁହନ୍ତି ଭୋଇ ସର୍ଦ୍ଦାର ରବି ଭୋଇ। 

ନନ୍ଦିଘୋଷ ରଥର ୯ଟି ଦଣ୍ଡା, ତାଳଧ୍ୱଜ ରଥର  ୯ଟି ଦଣ୍ଡା ଓ ଦେବଦଳନ ରଥର ୭ଟି ଦଣ୍ଡାକୁ ଅଖ ଉପରେ ଲଗାଯାଇଥିଲା । ଦଣ୍ଡା ଉଠିଲା ପରେ ଭୋଇସେବକମାନେ ହରିବୋଲି ଧ୍ୱନି ଦେଇଥିଲେ । ଦୋଳବେଦିରେ ଓଝାସେବକମାନେ ଦଣ୍ଡାବିଡ଼ିଆ କଣ୍ଟା, ଘଡ଼ିମୁହଁ  କଣ୍ଟା ଓ ପୋଖରିଆ କଣ୍ଟା ପ୍ରସ୍ତୁତ କରି ରଖିଛନ୍ତି । ଗୁରୁବାର କମାର ସେବକମାନେ ରଥରେ ଏସବୁକୁ ଅନୁକୂଳ କରି ପିଟିବେ  ବୋଲି ସୂଚନା ରହିଛି। ରଥଖଳାରେ ରୂପକାରମାନେ ରଥ  ଅଳଙ୍କରଣରେ ବ୍ୟସ୍ତ ରହିଛନ୍ତି । ଏଥିସହ ବଡ଼ବାଡ଼ ବିଶ୍ୱକର୍ମା ମହାପ୍ରଭୁଙ୍କ ଅନବସର ସେବା ପାଇଁ ଗୟଳ କାଠ ତିଆରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.