ଭୁବନେଶ୍ବର, ୬/୬ : ଫିଲ୍ମ ଷ୍ଟାଇଲରେ ଉଡ଼ିଲା ଥାର । ବାଲିଅନ୍ତାରେ ନମ୍ବର ବିହୀନ ଥାର ଆତଙ୍କ । ନିଶାସକ୍ତ ଚାଳକଙ୍କ ଉତ୍ପାତ । ଅଳ୍ପକେ ବର୍ତ୍ତିଲେ ଶ୍ରମିକ । ବାଲିଅନ୍ତାରେ ନିଶାଶକ୍ତ ଅବସ୍ଥାରେ ଜଣେ ମହିନ୍ଦ୍ରା ଥାର ଚାଳକଙ୍କ ଉତ୍ପାତ ଦେଖିବାକୁ ମିଳିଛି I
ଏକ ନମ୍ବର ବିହୀନ କଳା ଥାର ଗାଡି ଏକ ନିର୍ମାଣଧୀନ କୋଠା ଭିତରକୁ ଧସେଇ ପଶିଛି I ଶ୍ରମିକମାନେ ଖାଇ ବସିଥିବାବେଳେ ତାଙ୍କୁ ଚଢାଇ ଦେବାକୁ ଉଦ୍ୟମ ହୋଇଛି । ଭୟରେ ଶ୍ରମିକମାନେ କାମ ଛାଡ଼ି ଦୌଡ଼ିଛନ୍ତି I କାର ଚାଳକ ନିଶାରେ ଚୁର ହୋଇ ଥାର୍ ଚକା ତଳେ ପଡ଼ି ରହିଛନ୍ତି I