ପ୍ରମୂଖ ଖବର

ଭିସା ଅବଧି ଶେଷ, କୋଣାର୍କରୁ ଫ୍ରାନ୍ସ ପର୍ଯ୍ୟଟକ ଗିରଫ

Published By : Gurupada Nath | June 6, 2025 7:26 PM

କୋଣାର୍କ,୬/୬ : କୋଣାର୍କ ମଙ୍ଗୁଳିଶ୍ବର ମନ୍ଦିରରୁ ଜଣେ ଫ୍ରାନ୍ସ ପର୍ଯ୍ୟଟକଙ୍କୁ କୋଣାର୍କ ପୁଲିସ ଗିରଫ କରିଛି । ୧୪ ମାସ ହେବ ତାଙ୍କର ଭିସା ଅବଧି ଶେଷ ହୋଇଥିବାବେଳେ ସେ ଏଠାରେ ବେନିୟମ ଭାବେ ଅବସ୍ଥାନ କରୁଥିଲେ। ଫ୍ରାନ୍ସର ନାଗରିକ କାଇଜରଗୁଏସ ଟୋନି ଗତ ୨୦୨୩ଜୁନ୍ ମାସରେ କୋଣାର୍କ ପରିଦର୍ଶନରେ ଆସିଥିଲେ। 

ପର୍ଯ୍ୟଟକ ଟୋନିଙ୍କ ୧ବର୍ଷର ଅବଧି ଥିବା ଇ-ଟୁରିଷ୍ଟ ଭିସାରେ ୬ମାସ ପାଇଁ ଭାରତ ପରିଦର୍ଶନରେ ଆସିଥିଲେ। କୋଣାର୍କରେ କିଛିଦିନ ରହିବା ପରେ ଆଉ ନିଜ ଦେଶକୁ ଫେରିନଥିଲେ। ମଙ୍ଗୁଳିଶ୍ବର ମନ୍ଦିର ପରିସର ଆଶ୍ରମରେ ରହିଯାଇଥିଲେ। ଗତ ଏପ୍ରିଲ ୨୦୨୪ରେ ଟୋନିଙ୍କ ଭିସା ଅବଧି ଶେଷ ହୋଇଥିଲା । ହେଲେ ସେ ଆଉ ଫେରି ପାରିନଥିଲେ। ଏ ସମ୍ପର୍କରେ ହାଇଦ୍ରାବାଦରେ ଥିବା ବୈଦେଶିକ ମନ୍ତ୍ରଣାଳୟକୁ ଅବଗତ କରାଯାଇଥିଲା । ପୁରୀ ଏସପିଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଫ୍ରାନ୍ସ ପର୍ଯ୍ୟଟକ ଟୋନିଙ୍କୁ କୋଣାର୍କ କୋର୍ଟ ଚାଲାଣ କରାଯାଇଥିବା କୋଣାର୍କ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.