ପ୍ରମୂଖ ଖବର
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

୩ ବର୍ଷର ଝିଅକୁ ଦୁଷ୍କର୍ମ; ନାବାଳକକୁ ପଚରାଉଚରା

Published By : Gurupada Nath | June 6, 2025 8:17 PM

ବଡ଼ଚଣା,୬/୬ : ଜଣେ ନାବାଳିକା ଝିଅକୁ ଅନ୍ୟ ଜଣେ ନାବାଳକ ଦୁଷ୍କର୍ମ କରିଥିବାବେଳେ ପୁଲିସ ନାବାଳକକୁ ପଚରାଉଚରା କରୁଥିବା ସୂଚନା ଦେଇଛି l ସୂଚନା ଅନୁସାରେ ବୈରୀ ଥାନା ଅନ୍ତର୍ଗତ ଏକ ଗାଁର ଜନୈକ ନାବାଳକ ସେହି ଗାଁର ଜଣେ ୩ବର୍ଷର ଶିଶୁକୁ ଅପରାହ୍ନ ୪ଟା ସମୟରେ ଦାଣ୍ଡରେ ଖେଳୁଥିବାବେଳେ ଏକୁଟିଆର ସୁଯୋଗ ନେଇ ତାକୁ ମାଡ଼ି ବସିଥିଲା l 

ନାବାଳିକାଟି ଖୁବ୍ ଜୋରରେ ପାଟି କରିଥିଲା । ଫଳରେ ତାର ଭାଇ ଘରେ ଥିବାରୁ କିଏ ପାଟି କରୁଛି ଭାବି ଘର ବାହାରକୁ ପଳାଇ ଆସିଥିଲା । ପରେ ସମ୍ପୃକ୍ତ ନାବାଳକକୁ କାବୁ କରି ବୈରୀ ପୁଲିସକୁ ଅବଗତ କରିଥିଲେ l ଖବରପାଇ ବୈରୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାବାଳକକୁ ପଚରାଉଚରା କରାଯାଉଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.