ପ୍ରମୂଖ ଖବର
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ବୋହୂ ଦେହରେ କିରୋସିନ ଢାଳି ମାରି ଦେବାକୁ ଶାଶୁ, ଶ୍ବଶୁରଙ୍କ ଉଦ୍ୟମ

Published By : Gurupada Nath | June 6, 2025 4:36 PM

ଚନ୍ଦନେଶ୍ଵର, ୬/୬ : ବୋହୂ ଶୋଇଥିବା ଅବସ୍ଥାରେ ଦେହରେ କିରୋସିନ ଢାଳି ଜୀବନରୁ ମାରି ଦେବାକୁ ଶାଶୁ ଓ ଶ୍ବଶୁରଙ୍କ ଉଦ୍ୟମ । ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ବୋହୂ ଚିକିତ୍ସା ପାଇଁ ବାଲେଶ୍ଵର ସ୍ଥାନାନ୍ତର ହୋଇଛନ୍ତି । ଯୌତୁକ ପାଇଁ ସ୍ୱମୀ, ଶାଶୁ ଓ ଶ୍ଵଶୁର ଏଭଳି ଅମାନବୀୟ ଅତ୍ୟାଚାର କରୁଥିବା ଅଭିଯୋଗ ଆସିଛି । ଏ ନେଇ ଝିଅର ମା’ଙ୍କ ଲିଖିତ ଅଭିଯୋଗ ଅନୁସାରେ ଭୋଗରାଇ ଥାନା ପୁଲିସ ଶ୍ୱଶୁରଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇର ନିମାତପୁର ଗାଁରେ।

ସୂଚନା ଅନୁଯାୟୀ, ଭୋଗରାଇର ଅଗ୍ରଜାକୃତି - ୧ ପଂଚାୟତ ଅଧୀନ ଉକ୍ତ ଗାଁର ଖଗେନ୍ଦ୍ର ସିଂହଙ୍କ ଝିଅ ସୀତାରାଣୀଙ୍କୁ ନିମାତପୁର ଗାଁର ଗୌରାଙ୍କ ଗିରିଙ୍କ ପୁଅ ଚନ୍ଦନଙ୍କୁ ୨୦୨୧ରେ ବୈଦିକ ରୀତିରେ ବିବାହ ଦେଇଥିଲେ। ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦିଆଯାଇଥିଲା। ମାତ୍ର ବିବାହର କିଛି ବର୍ଷ ପରେ ସ୍ଵାମୀ, ଶାଶୁ, ଶ୍ଵଶୁର ସମସ୍ତେ ଅଧିକ ଯୌତୁକ ଦାବି କରି ସୀତାରାଣୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିବା ସହ ଛାଡ଼ପତ୍ର ପାଇଁ ମଧ୍ୟ ଧମକ ଦେଉଥିଲେ । ଏ ନେଇ ଗାଁରେ ବାରମ୍ବାର ବିଚାର ହୋଇ ସମାଧାନ ଉଦ୍ୟମ ହୋଇଥିଲେ ମଧ୍ୟ ଶାଶୁ ଘର ଲୋକ ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନାରୁ ନିବୃତ ହେଉ ନ ଥିଲେ । ୩ମାସ ପୂର୍ବେ ଶାଶୁ ଘର ଲୋକେ ସୀତାରାଣୀଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଇଥିଲେ । ସୀତାରାଣୀ ଏକମାତ୍ର ପୁଅକୁ ଧରି ବାପାଙ୍କ ଘରେ ରହୁଥିଲେ । 

ମାତ୍ର ଜ୍ୱାଇଁର କଥା ମାନି ଗତ ମଇ ୪ତାରିଖରେ ବାପା ଖଗେନ୍ଦ୍ର ନିମାତପୁରରେ ଛାଡ଼ି ଆସିଥିଲେ । ଶୁକ୍ରବାର ସକାଳେ ଝିଅ ଜଳେଶ୍ଵରପୁର ହସ୍ପିଟାଲରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଚିକିତ୍ସିତ ହେଉଥ‌ିବା ଖବର ମିଳିଥିଲା। ଶାଶୁ ରୁକ୍ମିଣୀ ଓ ଶ୍ବଶୁର ଗୌରାଙ୍କ ଝିଅକୁ କିରୋସିନ ଢାଳି ମାରିଦେବାର ଉଦ୍ୟମ କରିଥିବା ଝିଅର ମା’ ପୁଷ୍ପଲତା ଅଭିଯୋଗ ଆଣିଛନ୍ତି । ଜ୍ଵାଇଁ ଚନ୍ଦନର କହିବା ଅନୁସାରେ ବାପା ଓ ମା’ ଏଭଳି କାଣ୍ଡ ଭିଆଇଥ‌ିବା ଝିଅର ମା’ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.