ପ୍ରମୂଖ ଖବର
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଧାନ ଟଙ୍କା ପାଇଁ ଭୁବନେଶ୍ଵରରେ ରାଇଘର ଚାଷୀଙ୍କ ଆନ୍ଦୋଳନ

Published By : Ladu Kishor | June 6, 2025 7:16 PM

ନବରଙ୍ଗପୁର ୬।୬ : ଧାନ ଟଙ୍କା ପାଇଁ ଭୂବନେଶ୍ଵରରେ ଆନ୍ଦୋଳନ କରିଛନ୍ତି ରାଇଘର ଚାଷୀ । ଏନେଇ ବିଜେଡି ନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ୍ ମାଝୀ କହିଛନ୍ତି ଯେ, ଚାଷୀଙ୍କ ଧାନର ପ୍ରାପ୍ୟ ନେଇକି ଭୂବନେଶ୍ୱରରୁ ଫେରିବୁ। ଚାଷୀଙ୍କ ପ୍ରାପ୍ୟ ନ ମିଳିବା ଯାଏଁ ଅହରାତ୍ର ଆନ୍ଦୋଳନ ଜାରୀ ରହିବ ବୋଲି ସେ କହିଛନ୍ତି। ଏହି ଆନ୍ଦୋଳନରେ ପ୍ରଦୀପଙ୍କ ସହ ଚାଷୀଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ଯୋଗ ଦେଇଛନ୍ତି । ରାଇଘର ଠାରୁ ଶତାଧିକ ଚାଷୀ ଶୁକ୍ରବାର ଭୂବନେଶ୍ୱରର ଲୋୟର ପିଏମଜି ଠାରେ ଧାରଣା ଦେଇଛନ୍ତି। ଧାରଣାରେ ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଲେଖା ଥିବା ପ୍ଲାକାର୍ଡ ଧରିଛନ୍ତି। ପ୍ରଦୀପ କହିଛନ୍ତି କି, ୪ ମାସ ତଳେ ରାଇଘର ଲ୍ୟାମ୍ପସ୍ ପକ୍ଷରୁ ୩୪୪ ଜଣ ଚାଷୀଙ୍କ ଠାରୁ ୧୪ ହଜାର ୨୫୨ କୁଇଣ୍ଟାଲ ଧାନ କିଣା ଯାଇଥିଲା। ଏହି ଧାନର ମୂଲ୍ୟ ୪ କୋଟି ୪୧ ଲକ୍ଷ ୮୨ହଜାର ୮୨୨ ଟଙ୍କା ହେବ। ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦ ଦିନ ମଧ୍ୟରେ ଚାଷୀଙ୍କ ପ୍ରାପ୍ୟ ମିଳବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଚାଷୀଙ୍କ ଧାନ ବିକ୍ରୀ ଟଙ୍କା ମିଳିଲା ନାହିଁ। ତେଣୁ ଚାଷୀଙ୍କ ପ୍ରାପ୍ୟ ନ ମିଳିବା ପର୍ଯ୍ୟନ୍ତ ଭୂବନେଶ୍ଵରେ ଆନ୍ଦୋଳନ ଜାରୀ ରହିବ। 

ସୂଚନାଯୋଗ୍ୟ ଯେ, ଫେବୃଆରୀ ମାସରେ ଖରିଫ ଋତୁରେ ଚାଷୀଙ୍କ ଠାରୁ ୧୪ ହଜାର ୨୫୨ କୁଇଣ୍ଟାଲ ଧାନ ଲ୍ୟାମ୍ପସ୍ ପକ୍ଷରୁ କିଣାଯାଇଥିଲା। କିନ୍ତୁ ଗର୍ଗେଟ୍ ସରିଥିବା ମିଲରଙ୍କୁ ଧାନ ଦିଆଯାଇଥିବା କାରଣରୁ ଟ୍ରାନଜିଟ୍ ପାସ କଟାଯାଇ ପାରିନଥିବାରୁ ଚାଷୀଙ୍କ ପ୍ରାପ୍ୟ ମିଳିପାରିନଥିଲା। ଏହା ମଧ୍ୟରେ ଖରିଫ ଋତୁର ଧାନମଣ୍ଡି ବନ୍ଦ ହୋଇଯାଇଥିଲା । ଏହି ଘଟଣାରେ ତଦନ୍ତ ପରେ ଧାନମଣ୍ଡି ପରିଚାଳନାରେ ଅନିୟମିତତା ଅଭିଯୋଗରେ ରାଇଘର ଲ୍ୟାମ୍ପସ୍ ଏମଡି ନିରାକାର ରାଉତକୁ ନିଳମ୍ବନ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.