ପ୍ରମୂଖ ଖବର
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଭାରସାମ୍ୟ ହରାଇ ଚା' ଦୋକାନରେ ଧକ୍କା ହେଲା ବାଇକ୍, ୨ ଗୁରୁତର

Published By : Rasmita Pradhan | June 6, 2025 10:54 AM

ବୟାଳିଶମୌଜା, ୬/୬ : କଟକ ବୟାଳିଶମୌଜା ବେଣ୍ଟକାର ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଦୁର୍ଘଟଣା। ଭାରସାମ୍ୟ ହରାଇ ଚା' ଦୋକାନରେ ଧକ୍କା ହେଲା ବାଇକ୍। ଶୁକ୍ରବାର ସକାଳ ସାଢେ ୭ଟାରେ ଏହି ଦୁର୍ଘଟଣା ଘଟିଛି। ବାଇକ୍ ଆରୋହୀ ଏବଂ ଦୋକାନରେ ଚା' ପିଉଥିବା ଜଣେ ଗ୍ରାହକ ଆହତ ହୋଇଛନ୍ତି। 

ସୂଚନାନୁଯାୟୀ, ଶୁକ୍ରବାର ସକାଳ ସାଢେ ୭ଟା ବେଳେ କଟକରୁ ଫେରୁଥିବା ଜଣେ ବାଇକ୍ ଚାଳକ ବେଣ୍ଟକାର ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଥିବା ଏକ ଚା' ଦୋକାନରେ ଧକ୍କା ହୋଇଥିଲେ। ଏହି ସମୟରେ ଦୋକାନରେ ବସି ଚା' ପିଉଥିବା ଆନନ୍ଦାଳୟର ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତାଙ୍କ ହାତ ଏବଂ ଗୋଡରେ ଗଭୀର ଆଘାତ ଲାଗିଛି। ସେହିପରି ବାଇକ୍ ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.