ଭୁବନେଶ୍ବର୨।୬ : ରାଜ୍ୟ ଜନଗଣନା ପରିଚାଳନା ନିର୍ଦ୍ଦେଶକ ଏବଂ ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଖିଳ ପୱନ କଲ୍ୟାଣଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୨ ବ୍ୟାଚ୍ ଆଇଏଏସ୍ ହେଉଛନ୍ତି ନିଖିଲ ପଓ୍ବନ କଲ୍ୟାଣ। ସେ ଏବେ ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ।
କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ରାଜ୍ୟ ମୁଖ୍ୟ ସଚିବଙ୍କୁ ଏ ନେଇ ଚିଠି କରାଯାଇଛି। ଏଥିରେ ଆଇଏଏସ୍ ନିଖିଳ ପୱନ କଲ୍ୟାଣଙ୍କୁ ଓଡ଼ିଶାର ଜନଗଣନା କାର୍ଯ୍ୟକ୍ରମ ଓ ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ଅବଗତ କରାଇଛନ୍ତି । ଶ୍ରୀ କଲ୍ୟାଣ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ।