ପ୍ରମୂଖ ଖବର
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ସୁରକ୍ଷାବାହିନୀକୁ ବଡ଼ ସଫଳତା, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଅଢେଇ ଟନ୍‌ର ବିସ୍ଫୋରକ ଜବତ

Published By : Rasmita Pradhan | June 2, 2025 1:59 PM

ରାଉରକେଲା, ୦୨/୦୬ : ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖାଦାନରୁ ବିସ୍ଫୋରକ୍ ଲୁଟ୍ ଘଟଣା। ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା। ଝାଡ଼ଖଣ୍ଡ ଜରେଇକେଲା ଥାନା ତିରିଲିପୋଷ ଜଙ୍ଗଲରୁ ଅଢେଇ ଟନ୍ ବିସ୍ଫୋରକ ଜବତ। ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ବେଳେ ଉଦ୍ଧାର କଲା ସୁରକ୍ଷାବାହିନୀ। ସରଣ୍ଡା ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ଓଡ଼ିଶାର ଏସଓଜି, ସିଆରପିଏଫ୍ ଓ ଝାଡ଼ଖଣ୍ଡ ଜଗୁଆର ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ରାଉରକେଲା ଏସପି ଏନେଇ ସୂଚନା ଦେଇଛନ୍ତି। 

ସୂଚନା ଥାଉକି, କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋରୁ ମାଓବାଦୀମାନେ ୪ ଟନ୍ ବିସ୍ଫୋରକ ଲୁଟି ନେଇଥିଲେ। ଏହି ଲୁଟ୍ ପରେ ଝାଡ଼ଖଣ୍ଡ ଓ ଓଡ଼ିଶା ଯବାନଙ୍କ ପକ୍ଷରୁ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। ସର୍ଚ୍ଚ ଅପରେସନ ବେଳେ ଗତ ୩୦ ତାରିଖ ଦିନ ଝାଡ଼ଖଣ୍ଡ ତିରିଲିପୋଷିରୁ ୨ ଟନ୍‌ରୁ ଅଧିକ ବିସ୍ଫୋରକ ଜବତ ହୋଇଥିଲା। ଆଜି ପୁଣି ଅଢେଇ ଟନ୍‌ର ବିସ୍ଫୋରକ ଜବତ ହୋଇଛି।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.