ଶଗଡ଼ଘାଟ,୩/୬ : ଟିଟିଲାଗଡ଼ସ୍ଥିତ କୁମୁଡ଼ା ପାହାଡ଼ ପର୍ଯ୍ୟଟନସ୍ଥଳୀର କନେଲଡୁଙ୍ଗୁରୀ ଶିବ ମନ୍ଦିର ସମ୍ମୁଖରେ ୩୨ଫୁଟ ଉଚ୍ଚତାର ଆଦି ଯୋଗୀ ଶିବ ମୂର୍ତ୍ତି ଶୋଭା ପାଇବ । ବର୍ତ୍ତମାନ ନିର୍ମାଣଧିନ ଆଦିଯୋଗୀ ବାବାଙ୍କୁ ଦର୍ଶନ କରିବାକୁ ହେଲେ ଦେବନ୍ଧପଡ଼ା ସନ୍ତୋଷୀ ମନ୍ଦିର ଦେଇ ଯିବାକୁ ପଡ଼ିବ । ଏହାପରେ ପର୍ଯ୍ୟଟକମାନେ ପ୍ରକୃତି ଭରା ସୌନ୍ଦର୍ଯ୍ୟପୂର୍ଣ୍ଣ ପୋଖରୀ ଉପଭୋଗ କରିପାରିବେ ବୋଲି ଆଶା କରାଯାଉଛି ।
ସେଥିପାଇଁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ କୁମୁଡ଼ା ଓ କନେଲ ଡୁଙ୍ଗୁରି ପାହାଡ଼ ଚାରିପାର୍ଶ୍ୱରେ ସନ୍ଧ୍ୟାରେ ଆଲୋକୀକରଣ ସୁବିଧା ପାଇଁ ହାଇମାକ୍ସ ଡିଜିଟାଲ ଲାଇଟ ଯୋଗେଇ ଦେଇଛନ୍ତି l ପ୍ରକାଶ ଯେ, ପୌର ପରିଷଦ ୧୫ ଲକ୍ଷ ଅନୁଦାନରେ ଆଦିଯୋଗୀ ପ୍ରତିମୂର୍ତ୍ତି ସହ ପାର୍କ ନିର୍ମାଣ ହେବାକୁ ଯାଉଛି l ଏହି ଶିବ ମନ୍ଦିର ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ରହିଥିବାବେଳେ ଶ୍ରାବଣ, କାର୍ତ୍ତିକ ମାସ ଓ ପ୍ରସିଦ୍ଧ ମହାଶିବ ରାତ୍ରି ମେଳାରେ ବଲାଙ୍ଗୀର ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟା ଭକ୍ତଙ୍କ ଭିଡ଼ ଜମିଥାଏ l ଏହା ୩୨ଫୁଟ ଉଚ୍ଚତା ଥିବାବେଳେ ପର୍ଯ୍ୟଟକ ଓ ଦର୍ଶକ ମାନଙ୍କୁ ଦେଖିବାରେ ବେଶ ଆକର୍ଷଣ ହେବ ବୋଲି ଅଞ୍ଚଳରେ ଉତ୍ସାହିତ ଦେଖା ଦେଇଛି l