ପ୍ରମୂଖ ଖବର
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍‌...ଗରଗରା ପଡ଼ି ଉଠିଲା ପୋଲ ଗୟଳ, ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଉଠିବ ଚାରିନାହାକା
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଜମି ଅଧିକାର ଦାବିରେ ଆଦିବାସୀଙ୍କ ଧାରଣା

Published By : Gurupada Nath | June 5, 2025 4:51 PM

ନବରଙ୍ଗପୁର,୫/୬ : ଆଦିବାସୀ ଅଧିକାର ମଞ୍ଚର ପକ୍ଷରୁ ୧୫ଦଫା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ମଞ୍ଚର ଜିଲ୍ଲା ସଂପାଦକ ରାଜେଶ ଜାନୀଙ୍କ ନେତୃତ୍ବରେ ମାଝୀ ଗୁଡ଼ାଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଦାବି କରିଛନ୍ତି ଜିଲ୍ଲାର ଜଙ୍ଗଲ ଅଧିକାର ଆଇନକୁ ଉଲ୍ଲଘଂନ କରାଯାଉଛି । ସେହିଭଳି ପେସା ଆଇନ ଲାଗୁ କରାଯାଉଛି । 

ପୁରୁଷ ପୁରୁଷ ଧରି ଜଙ୍ଗଲ ଜମିରେ ଚାଷ କରି ଜୀବିକା ନିର୍ବାହ କରୁଥିବାବେଳେ ଜଙ୍ଗଲ ଜମିରୁ ଉଚ୍ଛେଦ କରାଯାଉଛି । ସେହିଭଳି ଜିଲ୍ଲାରୁ ଭୂ-ବନ୍ଦୋବସ୍ତ ସଠିକ୍ ଭାବେ କରାଯାଇନି । କିନ୍ତୁ ଜବରଦଖଲ ଉଚ୍ଛେଦ ନାଁରେ ଗରିବଙ୍କ ଘର ଭାଙ୍ଗି ଉଚ୍ଛେଦ କରାଯାଉଛି । ଏହିଭଳି ଭାବେ ଜିଲ୍ଲା ଆଦିବାସୀଙ୍କୁ ଜମି ଉପରେ ଅଧିକାରକୁ ବଞ୍ଚିତ କରାଯାଉଛି । ବର୍ଷ ବର୍ଷ ଧରି ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଗୁହାରୀ ଶୁଣୁନାହିଁ । ତେଣୁ ୧୫ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ମଞ୍ଚ ସ୍ପଷ୍ଟ କରିଛି । ଏହି ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଗ୍ରହଣ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.