ପ୍ରମୂଖ ଖବର
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

କିଏ ଏହି ମୁଜାମ୍ମିଲ ଇବ୍ରାହିମ୍? ଯିଏକି ଦୀପିକାଙ୍କୁ ୨ ବର୍ଷ ଧରି କରିଥିଲେ ଡେଟ୍‌

Published By : Krishna Priya | June 7, 2025 9:40 AM

ମୁମ୍ବାଇ ୦୭/୦୬: ବଲିଉଡ୍‌ ଗଳିରେ ପ୍ରାୟତଃ ଆଫେୟାର୍ସ ଖବର ସାମ୍ନାକୁ ଆସେ। ପ୍ରତିଦିନ ନୂଆ ନୂଆ ଖୁଲାସା ହୁଏ। କିନ୍ତୁ ନିକଟରେ ଅଭିନେତା ତଥା ମଡେଲ ମୁଜାମ୍ମିଲ ଇବ୍ରାହିମ୍ ଯାହା ଖୁଲାସା କରିଛନ୍ତି ତାହା ଇଣ୍ଡଷ୍ଟ୍ରି ସହିତ ଫ୍ୟାନ୍ସଙ୍କୁ ବି ଆଶ୍ଚର୍ଯ୍ୟ କରିଛି। ଏକ ସାକ୍ଷାତକାରରେ ମୁଜାମ୍ମିଲ ଦାବି କରିଛନ୍ତି ଯେ ସେ ଦୀପିକା ପାଦୁକୋନଙ୍କ ସହ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ। ଆଉ ଦୀପିକା ନିଜେ ତାଙ୍କୁ ପ୍ରପୋଜ୍ କରିଥିଲେ।

ସିଦ୍ଧାର୍ଥ କନ୍ନନଙ୍କ ସହିତ ଏକ ସାକ୍ଷାତକାରରେ, ମୁଜାମ୍ମିଲ ଇବ୍ରାହିମ ତାଙ୍କ ଏବଂ ଦୀପିକାଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଖୋଲାଖୋଲି କହିଛନ୍ତି। ସେ କହିଛନ୍ତି, ଯେତେବେଳେ ଦୀପିକା ମୁମ୍ବାଇ ଆସିଥିଲେ, ସେ ପ୍ରଥମ ଥର ପାଇଁ କାହାକୁ ଡେଟ୍ କରୁଥିଲେ ଏବଂ ସେହି ବ୍ୟକ୍ତି ଜଣକ ଥିଲେ ନିଜେ ମୁଜାମ୍ମିଲ। ଏହା ତାଙ୍କର ପ୍ରଥମ ପ୍ରକୃତ ସମ୍ପର୍କ ଥିଲା ଏବଂ ଦୀପିକା ତାଙ୍କୁ ପ୍ରଥମେ ପ୍ରପୋଜ୍ କରିଥିଲେ। ଯେତେବେଳେ ସେମାନେ ପରସ୍ପରକୁ ଡେଟ୍ କରୁଥିଲେ, ସେମାନେ ଏକ ସାଧାରଣ ଜୀବନଯାପନ କରୁଥିଲେ। ମୁମ୍ବାଇର ବର୍ଷାରେ ଅଟୋରେ ଯାତ୍ରା କରିବା, ଗୀତ ପ୍ରପୋଜ୍‌ କରିବା ଏବଂ ପରସ୍ପର ସହିତ ସମୟ ବିତାଇବା ସେମାନଙ୍କ ପାଇଁ ବହୁତ ଖାସ୍‌ ମୁହୂର୍ତ୍ତ ଥିଲା। ଏପରିକି  ଥରେ ସେ ଅଟୋ ଡ୍ରାଇଭରଙ୍କୁ ଦୀପିକାଙ୍କ ପ୍ରିୟ ଗୀତକୁ ନିରନ୍ତର ଦେଢ଼ ଘଣ୍ଟା ବଜାଇବାକୁ କହିଥିଲେ, ଯାହାଦ୍ୱାରା ଦୀପିକା ବହୁତ ଖୁସି ହୋଇଯାଇଥିଲେ।

ମୁଜାମ୍ମିଲ ଏହା ମଧ୍ୟ କହିଛନ୍ତି ଯେ ସେ ସମୟରେ ସେ ଜଣେ ଜଣାଶୁଣା ମଡେଲ ତଥା ଅଭିନେତା ପାଲଟି ସାରିଥିଲେ, ଯେତେବେଳେ କି ଦୀପିକା କେବଳ ଜଣେ ଉଦୀୟମାନ ମଡେଲ ଥିଲେ। ଦୁହେଁ ଏକାଠି ଫ୍ୟାଶନ୍ ଶୋ’ କରିଥିଲେ ଏବଂ ସେହିଠାରୁ ସେମାନଙ୍କର ସାକ୍ଷାତ ଆଉ ବନ୍ଧୁତା ଆରମ୍ଭ ହୋଇଥିଲା।  ବ୍ରେକଅପ୍ ପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ କୌଣସି ତିକ୍ତତା ନଥିଲା। କିଛି ସମୟ ପାଇଁ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା କିନ୍ତୁ ଧୀରେ ଧୀରେ ଦୁହେଁ ପୁଣି କଥାବାର୍ତ୍ତା ଆରମ୍ଭ କରିଥିଲେ।ସେମାନେ ପରସ୍ପରର ସଫଳତା ପାଇଁ ପରସ୍ପରକୁ ଅଭିନନ୍ଦନ ଜଣାଉଥିଲେ। କିନ୍ତୁ, ଦୀପିକା ରଣବୀର ସିଂହଙ୍କୁ ବିବାହ କରିବା ପରେ, ସେମାନଙ୍କର ସମ୍ପର୍କ ଭାଙ୍ଗିଗଲା।

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.