ପ୍ରମୂଖ ଖବର
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ଆଇଇଡି ବିସ୍ଫୋରଣରେ ଯୁବକ ଆହତ

Published By : Harapriya Sethi | June 1, 2025 12:47 PM

ରାଉରକେଲା,୦୧/୦୬: ଝାଡ଼ଖଣ୍ଡର ପଶ୍ଚିମ ସିଂଭୂମ ଜିଲ୍ଲା ଛୋଟାନାଗରା ଥାନା ଅନ୍ତର୍ଗତ ବଲିବାରେ ଶନିବାର ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ସାହୁ ବାରଜୋ ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ । ତାଙ୍କୁ ଯବାନମାନେ ଉଦ୍ଧାର କରି ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ପଠାଯାଇଛି। 

ଅନ୍ୟ ପକ୍ଷରେ ସରଣ୍ଡା ଜଙ୍ଗଲରେ ଯବାନମାନେ ଅପରେସନ ଚଳାଇଛନ୍ତି । ହେଲେ ବର୍ତ୍ତମାନ ବାଙ୍କୋରୁ ଲୁଟ୍‌ ହୋଇଥିବା ବିସ୍ଫୋରକ ଉଦ୍ଧାର କରାଯାଇନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.