ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ଜୁଲାଇ ୨୦ରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, ଅନ୍‌ଲାଇନ୍‌ରେ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍ କରିପାରିବେ ପରୀକ୍ଷାର୍ଥୀ

Published By : Prameya | May 30, 2025 10:26 AM

କଟକ,୩୦/୦୫: କାର୍ଯ୍ୟରତ ଶିକ୍ଷକଙ୍କ ଲାଗି  ସ୍ପେସାଲ୍‌ ଓଟିଇଟି (ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା  ପରୀକ୍ଷା) ଆସନ୍ତା ଜୁଲାଇ ୨୦ ତାରିଖ ରବିବାର  ଅନୁଷ୍ଠିତ ହେବ । ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ  ପ୍ରଥମ ସିଟିଂରେ ପେପର-୧ ଏବଂ ଅପରାହ୍ନ ୨ଟାରୁ  ୪.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପେପର-୨ ପରୀକ୍ଷା  ହେବ । ପରୀକ୍ଷାର୍ଥୀମାନଙ୍କୁ ଅନ୍‌ଲାଇନ୍‌ରେ ଆଡମିଟ୍‌  କାର୍ଡ ଯୋଗାଇ ଦିଆଯିବ ବୋଲି ମାଧ୍ୟମିକ ଶିକ୍ଷା  ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି ।  ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯେଉଁମାନେ ପଢ଼ିପାରିବେନି କିମ୍ବା  ଲେଖିପାରିବେନି ସେମାନେ ଆବଶ୍ୟକ କାଗଜପତ୍ର  ସହିତ ପରୀକ୍ଷାର ୪ ଦିନ ପୂର୍ବରୁ ନିଜ ନିଜ ପରୀକ୍ଷା  କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ସହିତ ଯୋଗାଯୋଗ କରିପାରିବେ । ଆବଶ୍ୟକ ସ୍ଥଳେ ସୁପରିଣ୍ଟେଣ୍ଡେଣ୍ଟ୍‌  ଉକ୍ତ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷାରେ ଲେଖିବାକୁ ଜଣେ  ସହାୟକଙ୍କୁ ଅନୁମତି ଦେଇପାରିବେ ।  

ସୂଚନାଯୋଗ୍ୟ, ପ୍ରାଥମିକ ବିଦ୍ୟାଳୟ ସ୍ତରରେ  କାର୍ଯ୍ୟରତ ଶିକ୍ଷକ, ଗଣଶିକ୍ଷକ ଓ ଅନୁଦାନପ୍ରାପ୍ତ ସ୍କୁଲ  ସମେତ ସ୍ୱୀକୃତିପ୍ରାପ୍ତ ଅନ୍ୟ ଘରୋଇ ବିଦ୍ୟାଳୟର  ଶିକ୍ଷକମାନେ ଓଟିଇଟି ପାସ୍‌ କରି ପାରୁ ନଥିବାରୁ  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବୋର୍ଡ  ପକ୍ଷରୁ ସ୍ପେସାଲ ଓଟିଇଟି ଆୟୋଜନ କରାଯାଉଛି ।  ଶିକ୍ଷକମାନଙ୍କୁ ବୋର୍ଡ ୱେବ୍‌ସାଇଟ୍‌ରେ ଆବେଦନ ଲାଗି  ସୁଯୋଗ ଦିଆଯାଇଛି । ବିଶେଷକରି ଗଣଶିକ୍ଷକମାନେ  ଓଟିଇଟି ପାସ୍‌ କରି ପାରୁ ନଥିବାରୁ ସେମାନଙ୍କର  ଇନ୍‌କ୍ରିମେଣ୍ଟ୍‌, ପଦୋନ୍ନତି ଆଦି ସମସ୍ୟା ଉପୁଜୁଛି ।  ଏଣୁ ଇଚ୍ଛାଧୀନ ଅନୁସାରେ ଶିକ୍ଷକମାନେ ପେପର-୧ ଓ  ପେପର-୨ ପରୀକ୍ଷା ପାଇଁ ଆବେଦନ କରିବାକୁ ସୁଯୋଗ  ଦିଆଯାଇଥିଲା ।

ଜୁଲାଇ ୨୦ ତାରିଖରେ ହେବାକୁ ଥିବା  ଦୁଇଟି ଯାକ ପେପର୍‌ ଦେଢ଼ ଶହ ନମ୍ବର ଲେଖାଏଁ  ପରୀକ୍ଷା ହେବ । ସାଧାରଣ ବର୍ଗର ଶିକ୍ଷକମାନଙ୍କ  ଲାଗି ପାସ୍‌ ନମ୍ବର ୯୦ ରହିଛି । ବାକି ଏସ୍‌ସି, ଏସ୍‌ଟି,  ଓବିସି ଓ ଶାରୀରିକ ଅକ୍ଷମ ଶିକ୍ଷକଙ୍କ ପାଇଁ ପାସ୍‌ ମାର୍କ  ୭୫ ରଖାଯାଇଛି । ଆଡ୍‌ମିଟ୍‌ କାର୍ଡ ମାଧ୍ୟମିକ ଶିକ୍ଷା  ପରିଷଦର ୱେବ୍‌ସାଇଟ୍‌ www.bseodisha.ac.in ରେ ଜୁଲାଇ ମାସ ୧୨ ତାରିଖରେ ଉପଲବ୍ଧ  ହେବ ବୋଲି ସୂଚନା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.