ଭୁବନେଶ୍ୱର,୩୧।୫ : କେନ୍ଦୁଝରର ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରିଙ୍କୁ ଓଡିଶା ଆଦିବାସୀ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି ନିଯୁକ୍ତି ଦେଇଛନ୍ତି।
ଏଆଇସିସି ସାଧାରଣ ସମ୍ପାଦକ କେ ସି ବେନୁଗୋପାଳ ଏହି ନିଯୁକ୍ତି ସମ୍ପର୍କରେ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ସେହିପରି ଦୁଇ ଦିନ ମଧ୍ୟରେ ଓବିସି ଓ ମିଡ଼ିଆ ସେଲ ଅଧକ୍ଷ ମଧ୍ୟ ଘୋଷଣା ହେବ ବୋଲି ସୂଚନା ମିଳିଛି।