ପ୍ରମୂଖ ଖବର
  • ଗଞ୍ଜାମ: ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଘେରାଉ
  • ||
  • ରାଉଲକେଲା: ଦଶାହ କର୍ମ ପାଇଁ ଆସିଥିବା ଯୁବକଙ୍କୁ ତୀର ମାଡ଼,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
  • ||
  • ବୁଧବାର ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • 'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ
  • ||
  • ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କଲେ ଆଲୋଚନା
  • ||
  • ଭଦ୍ରକ ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ଅଭିଯୋ, ମୃତ ଶିଶୁକୁ ଧରି ରାସ୍ତାରୋକ, ଗାଡ଼ି ଚଳାଚଳ ଠପ୍‌
  • ||
  • ଗଞ୍ଜାମ: ବଡ଼ ଆର୍ଜିପଲ୍ଲୀରେ ଡେଙ୍ଗୁ ଆତଙ୍କ: ୧୩ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ, ୮ଜଣ ଆକ୍ରାନ୍ତ
  • ||
  • ନାକଟିଦେଉଳ : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
  • ||
  • ମୁଣ୍ଡ ନୁଆଁଇଲା ପାକିସ୍ତାନ; ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ଶହବାଜ୍ ସରିଫ୍
  • ||
  • ଗଞ୍ଜାମ: ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼
  • ||
  • ଢ଼େଙ୍କାନାଳ: ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର , ପତ୍ନୀ ମୃତ, ସ୍ୱାମୀ ଓ ଶିଶୁପୁତ୍ର ଆହତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ
  • ||
  • ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
  • ||
  • ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା,୨୯ ତାରିଖ ବେଳକୁ ମୌସୁମୀ ପହଞ୍ଚିପାରେ
  • ||

କାନ୍ସ ରେଡ୍‌ କାର୍ପେଟ୍‌ରେ ଶାଢ଼ି ପିନ୍ଧି ଜଲୱା ଦେଖାଇଲେ ଆଲିଆ, ପ୍ରଥମ ଥର ଡିଜାଇନ୍‌ କରିଛି ଗୁଚି

Published By : Krishna Priya | May 26, 2025 9:10 AM

ମୁମ୍ବାଇ ୨୬/୦୫: ୭୮ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ନିଜ ଲୁକ୍‌କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌  ଅଭିନେତ୍ରୀ ଆଲିଆ ଭଟ୍ଟ । ରେଡ୍‌ କାର୍ପେଟରେ ଡେବ୍ୟୁ ଦିନ ଆଲିଆ ତାଙ୍କ ସିଆପରେଲି କ୍ରିମ୍‌ ଗାଉନକୁ  ପିନ୍ଧିବା ପରେ ସେ ଗର୍ଭବତୀ ଥିବା ଭଳି କଥା ଚର୍ଚ୍ଚାକୁ ଆସିଥିଲା । ଏହା ପରେ କାନ୍ସର ଶେଷ ଦିନରେ ସେ ଗୁଚି ବ୍ରାଣ୍ଡ୍‌ର ଗୋଲ୍ଡେନ୍‌ ଶାଢ଼ି ପିନ୍ଧି ସମସ୍ତଙ୍କୁ ଅବାକ୍‌ କରିଦେଇଛନ୍ତି । 

ଗୁଚି ଭଳି ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ଶାଢ଼ି ଡିଜାଇନ କରିବାରେ ଏହା ପ୍ରଥମ ଘଟଣା । ଆଲିଆଙ୍କ ଶାଢ଼ିରେ ବେଶ୍‌ ମୂଲ୍ୟବାନ ସ୍ୱାରୋଭ୍‌ସ୍କି କ୍ରିଷ୍ଟାଲ ଲାଗିଛି । ପାଖରୁ ଦେଖିଲେ ଏହି କ୍ରିଷ୍ଟାଲ ଦ୍ୱାରା ପୂରା ଶାଢ଼ିରେ ଗୁଚି ବ୍ରାଣ୍ଡ୍‌ର ଲୋଗୋ ବନାଯାଇଥିବା ଦେଖାଯିବ । ପ୍ରସିଦ୍ଧ ସେଲିବ୍ରିଟି ତଥା ସୋନମ କପୁରଙ୍କ ଭଉଣୀ ରିୟା କପୁର ଆଲିଆଙ୍କୁ ଏହି ଷ୍ଟାଇଲ ଦେଇଛନ୍ତି । ଆଲିଆଙ୍କ ପୂର୍ବରୁ ରିୟା କାନ୍ସରେ ଜାହ୍ନବୀ କପୁରଙ୍କୁ ମଧ୍ୟ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥିଲେ । କାନ୍ସରେ ଆଲିଆ ଡାଏମଣ୍ଡ ଅଳଙ୍କାର, ଖୋଲା କେଶ ଏବଂ ବେଶ୍‌ କମ୍‌ ମେକ୍‌ଅପ୍‌ ସହ ନିଜ ଲୁକ୍‌କୁ ସମ୍ପୂର୍ଣ୍ଣ କରିଥିଲେ । 

ପ୍ରକାଶଥାଉ କି, ଆଲିଆ ହେଉଛନ୍ତି ଏହି ଇଟାଲିଆନ୍‌ ଲକଜ୍‌ରୀ ବ୍ରାଣ୍ଡ୍‌ର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସଡର । କାନ୍ସ ରେଡ୍‌ କାର୍ପେଟରେ ଡେବ୍ୟୁ ଦିନ ଆଲିଆ ଫ୍ରେଞ୍ଚ ଡିଜାଇନରଙ୍କ ଗାଉନ୍‌ ପିନ୍ଧିଥିଲେ । ଏହାକୁ ମଧ୍ୟ ରିୟା କପୁର ଷ୍ଟାଇଲ ଦେଇଥିଲେ । ରେଡ୍‌ କାର୍ପେଟରୁ ଆଲିଆଙ୍କ ଫଟୋ ସାମ୍‌ନାକୁ ଆସିବା ପରେ ସେ ଦ୍ୱିତୀୟ ଥର ଗର୍ଭବତୀ ଥିବା ନେଇ ସୋସିଆଲ ମିଡିଆରେ ଅନେକେ ମତ ଦେଇଥିଲେ । ଆଲିଆଙ୍କୁ ଶେଷଥର ଲାଗି ବସନ ବାଲାଙ୍କ ଫିଲ୍ମ ‘ଜିଗ୍‌ରା’ରେ ଦେଖିବାକୁ ମିଳିଥିଲା । ଏବେ ସେ ୟଶ ରାଜ ଫିଲ୍ମସ୍‌ ବ୍ୟାନରରେ ନିର୍ମାଣ ହେଉଥିବା ଫିଲ୍ମ ‘ଆଲ୍‌ଫା’ରେ ନିଜ ରୋଲ୍‌ ପାଇଁ ପ୍ରସ୍ତୁତି କରୁଛନ୍ତି । ଏଥିରେ ଶିବ ରାୱେଲ ନିର୍ଦ୍ଦେଶନା ଦେଉଛନ୍ତି । ଏଥିସହ ସଞ୍ଜୟ ଲୀଲା ଭନସାଲିଙ୍କ ‘ଲଭ୍‌ ଆଣ୍ଡ୍‌ ୱାର’ରେ ଆଲିଆଙ୍କୁ ରଣବୀର କପୁର ଏବଂ ଭିକି କୌଶଲଙ୍କ ସହ ଦେଖିବାକୁ ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.