ପ୍ରମୂଖ ଖବର
  • ଗଞ୍ଜାମ: ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଘେରାଉ
  • ||
  • ରାଉଲକେଲା: ଦଶାହ କର୍ମ ପାଇଁ ଆସିଥିବା ଯୁବକଙ୍କୁ ତୀର ମାଡ଼,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
  • ||
  • ବୁଧବାର ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • 'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ
  • ||
  • ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କଲେ ଆଲୋଚନା
  • ||
  • ଭଦ୍ରକ ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ଅଭିଯୋ, ମୃତ ଶିଶୁକୁ ଧରି ରାସ୍ତାରୋକ, ଗାଡ଼ି ଚଳାଚଳ ଠପ୍‌
  • ||
  • ଗଞ୍ଜାମ: ବଡ଼ ଆର୍ଜିପଲ୍ଲୀରେ ଡେଙ୍ଗୁ ଆତଙ୍କ: ୧୩ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ, ୮ଜଣ ଆକ୍ରାନ୍ତ
  • ||
  • ନାକଟିଦେଉଳ : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
  • ||
  • ମୁଣ୍ଡ ନୁଆଁଇଲା ପାକିସ୍ତାନ; ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ଶହବାଜ୍ ସରିଫ୍
  • ||
  • ଗଞ୍ଜାମ: ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼
  • ||
  • ଢ଼େଙ୍କାନାଳ: ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର , ପତ୍ନୀ ମୃତ, ସ୍ୱାମୀ ଓ ଶିଶୁପୁତ୍ର ଆହତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ
  • ||
  • ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
  • ||
  • ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା,୨୯ ତାରିଖ ବେଳକୁ ମୌସୁମୀ ପହଞ୍ଚିପାରେ
  • ||

କର୍ଣ୍ଟାଟକର ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ବିଜେପି

Published By : Tapas Panda | May 27, 2025 4:42 PM

Image Courtesy: tv9hindi

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନିଜର ଦୁଇ ଜଣ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି ବିଜେପି । ଏସଟି ସୋମଶେଖର ଏବଂ ଏ ଶିବରାମ ହେବରଙ୍କୁ ୬ ବର୍ଷ ପାଇଁ ଦଳରୁ ବିଜେପି ବହିଷ୍କାର କରିଥିବା ଜଣାପଡ଼ିଛି । ବିଜେପିର କର୍ଣ୍ଣାଟକ ୟୁନିଟ୍ ସଭାପତି ବିୱାଇ ବିଜୟେନ୍ଦ୍ରଙ୍କ ଅନୁଯାୟୀ, ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଉଭୟ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସେ କହିଛନ୍ତି ଯେ, ବିଜେପି ହାଇକମାଣ୍ଡ ଦୀର୍ଘ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ଏସଟି ସୋମଶେଖର କର୍ଣ୍ଣାଟକ ବିଧାନସଭାରେ ୟଶୱନ୍ତପୁରକୁ ପ୍ରତିନିଧିତ୍ୱ କରନ୍ତି ଏବଂ  ଶିବରାମ ହେବର ୟେଲାପୁର ବିଧାନସଭା ଆସନରୁ ନିର୍ବାଚନ ଜିତିଥିଲେ । 

 ଦଳର କେନ୍ଦ୍ରୀୟ ଶୃଙ୍ଖଳା କମିଟିର ସଦସ୍ୟ ଓମ୍ ପାଠକ ଦେଇଥିବା ସରକାରୀ ଚିଠି ଅନୁଯାୟୀ, ଦଳରେ ବିଶୃଙ୍ଖଳାର ଯୋଗୁଁ ଏହି ବଡ଼ ପଦକ୍ଷେପ ନିଆଯାଇଛି। ଉଭୟ ବିଧାୟକଙ୍କୁ ତତ୍କାଳ ପ୍ରଭାବରୁ ୬ ବର୍ଷ ପାଇଁ ଦଳର ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦଳର ସବୁ ପଦବୀରୁ ସେମାନଙ୍କୁ ବିଦା କରାଯାଇଛି। ଏସ୍ ଟି ସୋମଶେଖର ଏବଂ ଶିବରାମ ହେବରଙ୍କ ବିରୋଧରେ ଅନେକ ଏଫ୍ଆଇଆର୍ ଅଛି ଏବଂ ତଦନ୍ତ ଚାଲିଛି । 




ମାର୍ଚ୍ଚ ୨୦୨୪ ରାଜ୍ୟସଭା ନିର୍ବାଚନରେ ସୋମଶେଖର ଦଳୀୟ ହ୍ୱିପ୍ ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କୁ କ୍ରସ୍-ଭୋଟ୍ ଦେଇଥିଲେ । ସେପଟେ ଶିବରାମ ହେବର ଭୋଟ ଦେଇନଥିଲେ । ଉଭୟଙ୍କ କାର୍ଯ୍ୟକୁ ଦଳ ଭିତରେ ବିଦ୍ରୋହ ଭାବରେ ଦେଖାଯାଇଥିଲା । ଆଉ ଏବେ ଦୁଇ ବିଧାୟକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେପି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.