ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ

Published By : Ankita S | May 27, 2025 12:30 PM

ନୂଆଦିଲ୍ଲୀ,୨୭/୦୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍‌ଙ୍କୁ ବୋକା ବନାଇଲେ ପାକ୍‌ ସେନାମୁଖ୍ୟ ଆସିଫ୍ ମୁନୀର । ଭାରତ ଉପରେ ପାକିସ୍ତାନ ଆକ୍ରମଣ କରିଥିବା କହି ଏକ ଫଟୋ ଉପହାର ଦେଇ ସରିଫ୍‌ଙ୍କୁ ଭୂଆଁ ବୁଲାଇଥିଲେ । ଚୀନ ସାମରିକ ଅଭ୍ୟାସ ଫଟୋକୁ ଭାରତ ବିରୋଧୀ ଅପରସେନ୍ ବୋଲି କରିଥିଲେ ପାକ୍‌ ସେନାମୁଖ୍ୟ । ଉକ୍ତ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି ଏଆଇଏମ୍‌ଆଇଏମ୍‌ ଚିଫ୍‌ ତଥା ସାଂସଦ ଅସଦୁଦ୍ଦିନ୍‌ ୱୱେସୀ । ପାକିସ୍ତାନକୁ ବୋକା କହିବା ସହିତ ନକଲ କରିବାକୁ ଅକଲ ଥିବା ଦରକାର କହି କଟାକ୍ଷ କରିଛନ୍ତି ।

'ନକଲ କରିବାକୁ ଅକଲ ଦରକାର'- କୁଏତରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରି ୱୱେସୀ କହିଛନ୍ତି, ''ନକଲ କରିବାକୁ ଅକଲ ଥିବା ଦରକାର । ପାକିସ୍ତାନ ଆର୍ମି ଚିଫ୍‌ ପାକ୍‌ ପିଏମ୍ ଶହବାଜ୍‌ଙ୍କୁ ଏକ ଫଟୋ ଦେଇଥିଲେ । ଏ ଜୋକର ଭାରତ ସହ ପ୍ରତିଯୋଗିତା କରିବେ । ୨୦୧୯ ଚୀନ ଆର୍ମି ସମରାଭ୍ୟାସର ଏକ ଫଟୋ ଗିଫ୍ଟ କରିଛନ୍ତି । ତାକୁ ଭାରତ ଉପରେ ବିଜୟ ବୋଲି କହୁଛନ୍ତି । ନିର୍ବୁଦ୍ଧିଆଙ୍କ ପାଖରେ ଟିକେ ବି ବୁଦ୍ଧି ନାହିଁ । ଠିକ୍‌ରେ କପି କରିବା ବି ଜାଣି ନାହାନ୍ତି । ପାକିସ୍ତାନ ଯାହା ବି କହୁ କିଛି ଫରକ ପଡିବ ନାହିଁ । ଆମର ତାଠୁ ଚିମୁଟାଏ ବି ଲୁଣ ଦରକାର ନାହିଁ ।''

ଅଧିକ ପଢନ୍ତୁ...ପୁଣି ଧରା ପଡିଲା ପାକିସ୍ତାନର ମିଛ ଫଟୋ , ଶରିଫଙ୍କ ଏହି ଭୁଲ ପାଇଁ ସୋସିଆଲ ମିଡିଆରେ ହେଲେ ଟ୍ରୋଲ

ପାକିସ୍ତାନୀ ସେନା ମୁଖ୍ୟ ଆସିଫ ମୁନିର ଫିଲ୍ଡ ମାର୍ଶଲ ଭାବେ ପଦୋନ୍ନତି ପାଇବା ପରେ ଗତ ରବିବାର ଉଚ୍ଚସ୍ତରୀୟ ଡିନର୍‌ ପାର୍ଟିର ଆୟୋଜନ କରିଥିଲେ । ଏହି ଭବ୍ୟ ଆୟୋଜନରେ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ, ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଓ ବିଲାୱଲ ଭୁଟ୍ଟୋଙ୍କ ସମେତ ରାଜନୀତି ଓ ସେନା ସହ ଜଡ଼ିତ ଅନେକ ବଡ଼ ଅଧିକାରୀ ପହଞ୍ଚିଥିଲେ । ଶାହବାଜ ଶରିଫଙ୍କୁ ଉପହାର ଦିଆଯାଇଥିବା ଏକ ଫଟୋକୁ ନେଇ ଏବେ ବିବାଦ ଉପୁଜିଛି । ଭୋଜିରେ ମୁନିର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ଏକ ଚିତ୍ର ଉପହାର ଦେଇଥିଲେ । ଏହାକୁ ନିକଟରେ ଭାରତ ଉପରେ ପାକିସ୍ତାନର ଆକ୍ରମଣ କହି ତାଙ୍କୁ ଭୂତାଇଥିଲେ । ବାସ୍ତବରେ ଏହି ଫଟୋ ୨୦୧୯ ମସିହାର । ସରିଫଙ୍କୁ ମୁନୀର ଦେଇଥିବା ଏହି ଚିତ୍ର ୫ ବର୍ଷ ପୁରୁଣା, ଯାହା ଚୀନ୍‌ ସେନାର । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.