ପ୍ରମୂଖ ଖବର
  • ବରଗଡ : ବଜ୍ରପାତରେ ଚାଲିଗଲା୨ ମହିଳାଙ୍କ ଜୀବନ
  • ||
  • ଢେଙ୍କାନାଳ : ମଶାଣିରୁ ଝୁଲନ୍ତା ମୃତଦେହ ଠାବ, ପରିଚୟ ଅସ୍ପଷ୍ଟ
  • ||
  • ରାଉରକେଲା : ବିସ୍ଫୋରକ ଲୁଟି ସରଣ୍ଡା ଜଙ୍ଗଲକୁ ନେଇଛନ୍ତି ମାଓବାଦୀ, ପ୍ରାଥମିକ ତଦନ୍ତରୁ ଖୁଲାସା
  • ||
  • ଝାରସୁଗୁଡ଼ା : ସ୍କୁଟିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ
  • ||
  • କେନ୍ଦୁଝର : ସାପ କାମୁଡାରେ ଯୁବକ ମୃତ
  • ||
  • ପୁରୀ: ନିଶାସକ୍ତ ପୁଅର ନୃଶଂସ କାଣ୍ଡ, ଗାଁ ଦାଣ୍ଡରେ ମା'କୁ କୋଦାଳରେ ହାଣି ମାରିଲା ପୁଅ
  • ||
  • ଗଜପତି: ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାକୁ ଆସି ଯୁବକ ମୃତ
  • ||
  • ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫: ଆଜି ଏକାଠି ହେବେ ୨୫ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷପତି ଦିଦି
  • ||
  • IPL 2025: ଆଜି ପଞ୍ଜାବ- ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର, ଜିତିଲେ ଫାଇନାଲ ଟିକେଟ୍
  • ||
  • ଗଞ୍ଜାମ : ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌, ୨୦ ଆହତ
  • ||
  • ଓଡ଼ିଶାରେ ମୌସୁମୀ ବାୟୁ: ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମଣିପୁରରେ ହଟିପାରେ ରାଷ୍ଟ୍ରପତି ଶାସନ, ସରକାର ଗଠନ ପାଇଁ ପୁଣି କସରତ ଆରମ୍ଭ କଲାଣି ବିଜେପି…

Published By : Ladu Kishor | May 28, 2025 4:41 PM

ନୂଆଦିଲ୍ଲୀ: ମଣିପୁରରେ ସରକାର ଗଠନ ପାଇଁ ହଲଚଲ୍ ତୀବ୍ର ହେବାରେ ଲାଗିଲାଣି । ଆଜି (ବୁଧବାର) ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟିବା ପରେ ଭାରତୀୟ ଜନତା ପାର୍ଟି ନେତା ରାଧେଶ୍ୟାମ ସିଂହ ସରକାର ଗଠନ ପାଇଁ ଦାବି କରିଛନ୍ତି । ବିଜେପି ନେତା ଅନ୍ୟ ନଅ ଜଣ ବିଧାୟକଙ୍କ ସହିତ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ।

ବିଜେପି ନେତା ରାଧେଶ୍ୟାମ ସିଂହ କହିଛନ୍ତି କି," ୪୪ ଜଣ ବିଧାୟକ ଜନତାଙ୍କ ଇଛା ଅନୁଯାୟୀ ସରକାର ଗଠନ କରିବାକୁ ପ୍ରସ୍ତୁତ । ଆମେ ରାଜ୍ୟପାଳଙ୍କୁ ଏହା କହିଛୁ । ଏହି ପ୍ରସଙ୍ଗର ସମାଧାନ କ'ଣ ହୋଇପାରେ ସେ ବିଷୟରେ ମଧ୍ୟ ଆମେ ଆଲୋଚନା କରିଛୁ। ତେବେ "ରାଜ୍ୟପାଳ ଆମର କଥାକୁ ଧ୍ୟାନ ଦେଇଛନ୍ତି ଏବଂ ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି ।" ସରକାର ଗଠନ ପାଇଁ ସେ ଦାବି କରିବେ କି ନାହିଁ ପଚରାଯିବାରୁ ସେ କହିଛନ୍ତି ଯେ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ।

ରାଧେଶ୍ୟାମ ସିଂହ ଆହୁରି ମଧ୍ୟ କହିଛନ୍ତି କି,"ଆମେ ପ୍ରସ୍ତୁତ ଅଛୁ କହିବା ଅର୍ଥ ସରକାର ଗଠନ ପାଇଁ ଦାବି କରିବା ଭଳି। ବିଧାନସଭା ବାଚସ୍ପତି ସତ୍ୟବ୍ରତ ବ୍ୟକ୍ତିଗତ ଏବଂ ମିଳିତ ଭାବରେ ୪୪ ଜଣ ବିଧାୟକଙ୍କୁ ଭେଟିଛନ୍ତି। ନୂତନ ସରକାର ଗଠନକୁ କେହି ବିରୋଧ କରିନାହାଁନ୍ତି।" ସେ କହିଛନ୍ତି, "ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କାର୍ଯ୍ୟକାଳରେ କୋଭିଡ୍ ଯୋଗୁଁ ଦୁଇ ବର୍ଷ ନଷ୍ଟ ହୋଇଥିଲା ଏବଂ ଏହି କାର୍ଯ୍ୟକାଳରେ ସଂଘର୍ଷ ଯୋଗୁଁ ଆଉ ଦୁଇ ବର୍ଷ ନଷ୍ଟ ହୋଇଛି।"

ବିଜେପି ନେତା ଏନ ବୀରେନ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଫେବୃଆରୀ ମାସରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ରହିଛି । ୨୦୨୩ ମେ’ରେ ଆରମ୍ଭ ହୋଇଥିବା ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାକୁ ନେଇ କଂଗ୍ରେସ ଏନ ବୀରେନ ସିଂହ ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲା। ମଣିପୁରରେ ବର୍ତ୍ତମାନ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୫୯ ଜଣ ବିଧାୟକ ଅଛନ୍ତି। ଜଣେ ବିଧାୟକଙ୍କ ମୃତ୍ୟୁ ଯୋଗୁଁ ଗୋଟିଏ ଆସନ ଖାଲି ପଡ଼ିଛି।

ବିଜେପି ନେତୃତ୍ୱାଧୀନ ମେଣ୍ଟରେ ମୋଟ ୪୪ ଜଣ ବିଧାୟକ ଅଛନ୍ତି, ଯେଉଁଥିରେ ୩୨ ମୈତେଇ, ତିନି ଜଣ ମଣିପୁରୀ ମୁସଲିମ ଏବଂ ନଅ ଜଣ ନାଗା ବିଧାୟକ ଅଛନ୍ତି। ସମସ୍ତ ପାଞ୍ଚ ଜଣ କଂଗ୍ରେସ ବିଧାୟକ ମୈତେଇ ସମ୍ପ୍ରଦାୟର। ବାକି ୧୦ ଜଣ ବିଧାୟକ କୁକି - ସେମାନଙ୍କ ମଧ୍ୟରୁ ୭ ଜଣ ବିଜେପି ଟିକେଟରେ ଗତ ନିର୍ବାଚନରେ ଜିତିଥିଲେ, ଦୁଇଜଣ କୁକି ପିପୁଲ୍ସ ଆଲାଏନ୍ସର ଏବଂ ଜଣେ ସ୍ୱାଧୀନ ବିଧାୟକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.