ନୂଆଦିଲ୍ଲୀ,୫।୨୯: ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ ସିଂହ ବାର୍ଷିକ ବିଜନେସ୍ ସମିଟ୍ ୨୦୨୫ରେ ଯୋଗ ଦେଇଛନ୍ତି। ସେ ଏହି ସମୟରେ ‘ଅପରେସନ୍ ସିନ୍ଦୁର’ ବିଷୟରେ ଆଲୋଚନା କରିଥିଲେ। ଏୟାର ଚିଫ୍ ମାର୍ଶଲ ନିଜର ସମ୍ବୋଧନରେ ପାକିସ୍ତାନକୁ ଦେଇଛନ୍ତି ଚେତାବନୀ। ସେ ଅପରେସନ୍ ସିନ୍ଦୁରକୁ ନେଇ କହିଛନ୍ତି, ଏହା ଭାରତର ବିଜୟ ଓ ଏଥିପାଇଁ ପ୍ରତି ଭାରତୀୟଙ୍କୁ ଧନ୍ୟବାଦ। ‘ଅପରେସନ୍ ସିନ୍ଦୂର’ ନିଜର ଟେକ୍ନୋଲୋଜିକୁ ନେଇ ଆଗକୁ ଆଇଡିଆ ଦେଉଛି। ଏହି ସମୟରେ ବଲିଉଡ ଅଭିନେତା ସଲମାନ ଖାନ୍ଙ୍କ ଫେମସ୍ ଡାଇଲଗ୍ ମଧ୍ୟ କହିଛନ୍ତି। ସେ କହିଛନ୍ତି, ଏକ୍ ବାର ଜୋ ହମ୍ନେ କମିଟମେଣ୍ଟ କର୍ ଦିୟା, ଫିର୍ ତୋ ହମ୍ ଖୁଦ୍ କି ଭି ନେହି ସୁନତେ।’
ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ ସିଂହ ଯୁଦ୍ଧରେ ବଢୁଥିବା ଟେକ୍ନୋଲୋଜିକୁ ନେଇ କହିଛନ୍ତି। ସେ କହିଛନ୍ତି ଭାରତ ‘ଅପରେସନ୍ ସିନ୍ଦୂର’ ବେଳେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ପ୍ରବଳ କ୍ଷତି କରିଛି। ଚିଫ୍ ଅଫ୍ ନାଭାଲ ଷ୍ଟାଫ୍ ମୋତେ କହିଛନ୍ତି, ଯୁଦ୍ଧର ପ୍ରଣାଳୀ ବଦଳୁଛି। ଆମେ ପ୍ରତିଦିନ ନୂଆ ଟେକ୍ନୋଲୋଜିକୁ ଖୋଜୁଛୁ। ଏବେ ଟେକ୍ନୋଲୋଜିର ଯୁଦ୍ଧର ଗୁରୁତ୍ବ ବଢିଛି। ଆମକୁ ଭବିଷ୍ୟତରେ କ’ଣ କରିବାର ଅଛି, ଏହାକୁ ନେଇ ‘ଅପରେସନ୍ ସିନ୍ଦୂର’ ଆଇଡିଆ ଦେଇଛି। ଏବେ ବହୁତ କାମ ବାକି ଅଛି।‘
ପାକିସ୍ତାନକୁ ଚେତାବନୀ ଦେଇ ସେ କହିଛନ୍ତି, ପ୍ରାଣ ଯାଏ ପର୍ ବଚନ ନଯାଏ। ଥରେ ଯଦି ମୁଁ କିଛି କମିଟମେଣ୍ଟ କରିଦିଏ. ତେବେ ମୁଁ ନିଜର ମଧ୍ୟ ଶୁଣେନି। ମୁଁ ଏହା କହିବାକୁ ଚାହିଁବି ଯେ, ‘ଅପରେସନ୍ ସିନ୍ଦୂର’ ଭାରତର ବିଜୟ। ଏଥିପାଇଁ ପ୍ରତି ଭାରତୀୟଙ୍କୁ ଧନ୍ୟବାଦ। ଏହି ବିଜୟରେ ପ୍ରତି ଭାରତୀୟଙ୍କ ଯୋଗଦାନ ରହିଛି। ଏହି ଅପରେସନ୍କୁ ଖୁବ୍ ପ୍ରଫେସନାଲ ଭାବରେ ପରିଚାଳିତ କରାଯାଇଛି। ଉଲ୍ଲେଖନୀୟ ଯେ,ପହଲଗାମ୍ ଆତଙ୍କୀ ହମଲାରେ ୨୬ ଲୋକଙ୍କ ଜୀବନ ଯାଇଥିଲା। ଭାରତ ଏହାର ପ୍ରତିଶୋଧ ‘ଅପରେସନ୍ ସିନ୍ଦୂର’ ଜରିଆରେ ନେଇଛି। ଭାରତୀୟ ସେନା ପାକିସ୍ତାନ ଓ ପିଓକେ ସ୍ଥିତି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା। ପାକ୍ ଆର୍ମି ଏହାର ଜବାବ୍ରେ ଭାରତୀୟ ସହର ଉପରେ ଆକ୍ରମଣ ଚେଷ୍ଟା କରିଥିଲା। ଯାହାକୁ ସେନା ବିଫଳ କରିଥିଲା। ପାକିସ୍ତାନ ଡ୍ରୋନ୍ ଓ ମିସାଇଲର ବ୍ୟବହାର କରିଥିଲା।