ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ଶ୍ରୀରାମନଗରୀରେ ବିକ୍ରି ହେବନି ଆମିଷ, ନିର୍ଦ୍ଦେଶ ନମାନିଲେ ମହାନଗର ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ

Published By : Swapna Ray | May 30, 2025 4:06 PM

ନୂଆଦିଲ୍ଲୀ, ୩୦।୫: ଏବେ ଅଯୋରେ ଆଉ ବିକ୍ରି ହେବନି ଆମିଷ । ଅଯୋଧ୍ୟାକୁ ମାଂସ ଏବଂ ମଦ ମୁକ୍ତ କରିବାକୁ ପ୍ରସ୍ତୁତି ଚଳାଇଛି ଉତ୍ତରପ୍ରଦେଶ ପ୍ରଶାସନ । ଅଯୋଧ୍ୟାରେ ରାମନଗରୀର ପବିତ୍ରତା ବଜାୟ ରଖିବା ଲକ୍ଷ୍ୟରେ, ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ରାମ ପଥ, ଧର୍ମ ପଥ, ୧୪ କୋଶୀ ଏବଂ ପଞ୍ଚକୋଶୀ ପରିକ୍ରମା ରୁଟରେ ନିରାମିଷ ଖାଦ୍ୟ ସାମଗ୍ରୀର ବିକ୍ରୟକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି । ଏନେଇ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଆମିଷ ବିକ୍ରି କରୁଥିବା ଦୋକାନକୁ ୭ ଦିନ ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ନମାନିଲେ ମହାନଗର ପକ୍ଷରୁ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି ଘୋଷଣା କରାଯାଇଛି । 

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନତା ଦରବାର ଓ ସିଏମ ପୋର୍ଟାଲ୍‌ରେ ଶ୍ରୀରାମ ଜନ୍ମଭୂମିରେ ଆମିଷ ବିକ୍ରି ନ କରିବା ନେଇ ଅଭିଯୋଗ ହୋଇଆସୁଥିଲା । ଡେପୁଟି କମିଶନର ଯାଞ୍ଚ ସମୟରେ ରାମ ପଥ ସମୀକ୍ଷା କରିଥିଲେ ଏବଂ ପରିଷ୍କାର ପରିଚ୍ଛନ୍ନତା, ଧାର୍ମିକ ମର୍ଯ୍ୟାଦା ଏବଂ ଭକ୍ତଙ୍କ ଭାବନାକୁ ଧ୍ୟାନରେ ରଖି ମାର୍ଗଦର୍ଶିକା ଦେଇଥିଲେ । ସେ କହିଥିଲେ ଯେ, ଏହି ଅଞ୍ଚଳ ଧାର୍ମିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏଠାରେ ନନ୍-ଭେଜ୍ ବିକ୍ରୟ କେବଳ ବିଶ୍ୱାସ ବିରୋଧୀ ନୁହେଁ ବରଂ ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ ମଧ୍ୟ ଅନୁପଯୁକ୍ତ । କହିରଖୁ କି, ପୂର୍ବରୁ ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋର୍ଟାଲରେ ଅନେକ ଥର ଅଭିଯୋଗ ଦାଖଲ କରାଯାଇଥିଲା । ଲୋକମାନେ ରାମ ପଥ ଏବଂ ପରିକ୍ରମା ପଥଗୁଡ଼ିକରେ ଆମିଷ ଦୋକାନ ରହିବାକୁ ବିରୋଧ କରିଥିଲେ । ଏହା ବ୍ୟତୀତ, ଅଯୋଧ୍ୟା ନଗର ନିଗମ ମଧ୍ୟ ପୂର୍ବରୁ ଏକ ପ୍ରସ୍ତାବ ପାସ୍ କରି ଏହି ଅଞ୍ଚଳଗୁଡ଼ିକରେ ନନ୍-ଭେଜ୍ ବିକ୍ରୟ ଉପରେ ନିଷେଧକୁ ସମର୍ଥନ କରିଥିଲା । ପ୍ରଶାସନର ଏହି କାର୍ଯ୍ୟକୁ ଅଯୋଧ୍ୟାର ଧାର୍ମିକ ମର୍ଯ୍ୟାଦା ବଜାୟ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଗାମୀ ଦିନରେ, ପ୍ରଶାସନର ଏହି ନିର୍ଦ୍ଦେଶ ପାଳନ ହେଉଛି କି ନାହିଁ ତାହା ନିଶ୍ଚିତ କରିବା ଲାଗି ନିୟମିତ ଭାବେ ଯାଞ୍ଚ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.